www.samajalive.in
Saturday, December 13, 2025
21.1 C
Bhubaneswar

ମହେଶ୍ବରପିଣ୍ଡା ଓ କିରାସିରାରେ ସାନି ମତଦାନ

ମନମୁଣ୍ଡା : ପୁଲିସର କଡା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। କିରାସିରା ବୁଥରେ ବ୍ୟାପକ ବୁଥ ରେଗିଂ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରା ଯାଇଥିଲା। ମହେଶ୍ୱର ପିଣ୍ଡାରେ ସରକାରୀ କଲକୁ ହାତ ବାରିସୀ କରି ଅଧାରେ ମତଦାନ ବନ୍ଦ କରି ପୋଲିଂ ବାକ୍ସ ଜୋର ଜବରଦସ୍ତ ଲାଠି ଚାଳନା ସହିତ ରବର ଗୁଳି ଚାଳନା କରି ବାକ୍ସ ନେଇ ଥିବା ନେଇ ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ।

ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..

- Advertisement -

ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ପ୍ରକାରେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ  ବୁଥ ନମ୍ୱର-୨୬ ଓ ବୁଥ ନମ୍ବର-୨୮ ରେ ଆଜି ପୁନଃ ମତଦାନ ଅନୁଷ୍ଠିତ ହେଉଛି। ଶାନ୍ତି ଶୃଙ୍ଖଳା ସହିତ ଧାଡିରେ ଭୋଟର ଠିଆ ହୋଇଛନ୍ତି ।ସକାଳ ୭ଟା ରୁ ଅପରାହ୍ନ ୪ ଟା ଯାଏଁ ଏହି ମତଦାନ ଚାଲିବ ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories