www.samajalive.in
Friday, December 12, 2025
16.1 C
Bhubaneswar

ପତ୍ନୀହନ୍ତାକୁ ଆଜୀବନ ଜେଲ

ଅନୁଗୋଳ : ନିଜର ଧର୍ମପତ୍ନୀକୁ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଥିବା ବ୍ୟକ୍ତିକୁ ସୋମବାର ଅନୁଗୋଳ ଜିଲା ଦୌରାଜଜ ଅଶାନ୍ତ କୁମାର ଦାସ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।
ଅନୁଗୋଳ ଉପଖଣ୍ଡ ଅନ୍ତର୍ଗତ ଜରପଡ଼ା ଥାନା ଅନ୍ତର୍ଗତ ଜେରେଙ୍ଗ ଦେହୁରୀ ସାହିର ନିତ୍ୟାନନ୍ଦ ସୁଖୀ (୫୪) ତାଙ୍କ ପତ୍ନୀ କଳ୍ପନା (୪୫)ଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣି ୩ ଖଣ୍ଡ କରିଦେଥିଲେ। ଏ ସମ୍ପର୍କରେ ନିତ୍ୟାନନ୍ଦଙ୍କ ପୁଅ ମୁନା (୨୫) ୨୦୧୬ ମସିହା ଜାନୁଆରୀ ୧ରେ ଜରପଡ଼ା ଥାନାରେ ଅଭିଯୋଗ କରିଥିଲେ। ସେ କରିଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ ମା’ର ଚରିତ୍ରକୁ ସନ୍ଦେହ କରି ବାପା ସବୁବେଳେ ମାଡ଼ପିଟ କରୁଥିଲେ। ମାଡ଼ ଖାଇ ଅତିଷ୍ଠ ହୋଇ ମା’ କଳ୍ପନା ଭଉଣୀ ଘରକୁ ଚାଲିଯାଇଥିଲା। ମା’ ଚାଲିଯିବାର ଦେଢ଼ମାସ ପରେ ସେ ପାଖକୁ ଯାଇ ବୁଝାସୁଝା କରି ଘରକୁ ଫେରାଇ ଆଣିଥିଲେ। ମା’ କଳ୍ପନା ଘରକୁ ଫେରି ଆସିବାର ୧୫ ଦିନ ପରେ ହଠାତ୍‍ ଘଟଣାଦିନ ଅପରାହ୍ନ ୫ଟା ବେଳେ ନିତ୍ୟାନନ୍ଦ ପତ୍ନୀ ସହ ଝଗଡ଼ା ଓ ମାଡ଼ପିଟ କରିଥିଲା। ଘର ଦୁଆରରେ କଳ୍ପନା ଛିଡ଼ା ହୋଇଥିବା ବେଳେ ନିତ୍ୟାନନ୍ଦ ଘର ଭିତରକୁ ଯାଇ ଟାଙ୍ଗିଆ ଆଣି ମୁଣ୍ଡରେ ୩ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ କଳ୍ପନାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ଘଟାଇ ଟାଙ୍କିଆ ସହ ନିତ୍ୟାନନ୍ଦ ଫେରାର ହୋଇଯାଇଥିଲା। ତା’ ପରଦିନ ଜରପଡ଼ା ଥାନାରେ ଟାଙ୍କିଆ ସହ ଆତ୍ମସମର୍ପଣ କରିଥିଲା। ମାମଲାକୁ ବିଚାର କରି ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।
ତଦନ୍ତକାରୀ ପୁଲିସ ଅଧିକାରୀ ଓ ଡାକ୍ତର ମଧ୍ୟ ଏହି ୧୦ ଜଣ ସାକ୍ଷୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ମାମଲାର ବିଚାର କରି ସୋମବାର ଅଭିଯୁକ୍ତ ନିତ୍ୟାନନ୍ଦକୁ ଦୋଷୀ ସାବ୍ୟସ୍ତ କରି ଅଜୀବନ କାରାଦଣ୍ଡାଦେଶ ହୋଇଛି। ସେ ୧୪ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଘଟଣା ଦିନଠାରୁ ଅଭିଯୁକ୍ତ ହାଜତରେ ଥିଲା। ସରକାରଙ୍କ ପକ୍ଷରୁ ପିପି ମହେନ୍ଦ୍ର କୁମାର ବସ୍ତିଆ ମାମଲା ପରିଚାଳନା କରୁଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories