www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣା ଅଂଚଳରେ ବିଭିନ୍ନ ଦଳର ନିର୍ବାଚନୀ ପ୍ରଚାର

ପାଟଣା: ପାଟଣା ବ୍ଲକର ସ୍ୱାମପାଟଣା, ଡୁମୁରିଆ, ଚିନାମାଳିପଶି, ମୂଷାଖୋରୀ, ଏରେଣ୍ଡେଇ, ସରାସକେଲା ପ୍ରଭୃତି ଗ୍ରାମ ପଞ୍ଚାୟତ ପରାକ୍ରମ କରି ଭାରତୀୟ ଜାତୀୟ କଂଗ୍ରେସ ଦଳର କେନ୍ଦୁଝର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ କଂଗ୍ରେସ ଦଳ ପାଇଁ ମାରାଥନ ପ୍ରଚାର କରି ଭୋଟ ଦେବାକୁ ନିବେଦନ କରିଥିଲେ। ରାହୁଲ୍ ଗାନ୍ଧୀଙ୍କ ସମ୍ବିଧାନର ସୁରକ୍ଷା ପାଇଁ ଲଢେ଼ଇରେ ପାଟଣାବାସୀଙ୍କୁ ସାମିଲ ହେବାକୁ ସେ ନିବେଦନ କରିଥିଲେ।

ପାଟଣା ନିର୍ବାଚନ ମଣ୍ଡଳୀର ସ୍ବାଧିନ ପ୍ରାର୍ଥୀ ଯମୁନାପଶି ବାସିନ୍ଦା ଲୋକନାଥ ନାଏକ ଏବେ ଗାଁ ଗାଁ ରେ ନିଜର ପ୍ରଚାର ଚଳାଇଛନ୍ତି। ଶିକ୍ଷକତା ପଦରୁ ସେଚ୍ଛାକୃତ ଅବସର ନେଇ ସେ ସମାଜସେବା କରିବା ପାଇଁ ରାଜନୀତିକୁ ବାଛିଛନ୍ତି। ତାଗାମାରୀ ଆଞ୍ଚଳିକ ବିଶ୍ଵଶାନ୍ତି ମହିମା ଯଜ୍ଞ ମଠର ସଭାପତି ଥିବା ଶ୍ରୀ ନାଏକ କୌଣସି ରାଜନୈତିକ ଦଳରେ ସାମିଲ ନହୋଇ ଜଗତ କଲ୍ୟାଣ ପାଇଁ ସ୍ବାଧିନ ପ୍ରାର୍ଥୀ ଭାବେ ଇଟା ଚିହ୍ନରେ ନିର୍ବାଚନ ଲଢ଼ୁଥିବା କହିଛନ୍ତି। ଗାଁ ଗାଁ ରେ ବୁଲି ସେ ଘରକୁ ଘର ଯାଇ ତାଙ୍କୁ ଭୋଟ ଦେବାକୁ ଲୋକ ମାନଙ୍କୁ ନିବେଦନ କରୁଥିବା ଦେଖାଦେଇଛି।

- Advertisement -

ବିଜେପି ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ଆଜି କେନ୍ଦେଇପଶି ଓ ଏହାର ଆଖପାଖ ଗ୍ରାମରେ ଘରକୁ ଘର ଅଭିଯାନ କରି ଭୋଟ ଭିକ୍ଷା କରିଛନ୍ତି। ସାହି ସାହିରେ ତାଙ୍କୁ ଗ୍ରାମବାସୀ ଭବ୍ୟ ସ୍ୱାଗତ କରୁଥିବା ବେଳେ ବାଇକ ଶୋଭାଯାତ୍ରା ରାଜନଗର ଗ୍ରାମରୁ ବାହାରି ମୁରୁସୁଆଁ ଓ ଅଁଳାଡିହା ହୋଇ କେନ୍ଦେଇପଶି ବଜାର ଅଞ୍ଚଳ ପରିକ୍ରମା କରିଥିଲା। ଦେଶରେ ନରେନ୍ଦ୍ର ମୋଦୀଙ୍କ ସରକାର ମହିଳା, କୃଷକ, ଗରିବ ଜନଜାତି, ଶ୍ରମଜିବୀ ଆଦି ସବୁ ବର୍ଗର ଲୋକଙ୍କ ପାଇଁ ସବକା ସାଥ ସବକା ବିକାଶ ଲକ୍ଷ୍ୟ ନେଇ ସେ କାମ କରୁଥିବାରୁ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ପାଇଁ ଦଳର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ତାଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।

କେନ୍ଦୁଝର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବିଶିଷ୍ଟ ଜନଜାତି ନେତା ଅନନ୍ତ ନାୟକ କହିଛନ୍ତି ଯେ ଯେଉଁଠି ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଟ ଶିକ୍ଷକ ,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଭଳି ଗୁରୁ ଦାୟିତ୍ୱ ସମ୍ପନ୍ନ କରୁଥିବା ସରକାରୀ କର୍ମଚାରୀଙ୍କୁ ପେନସନ ଦେଇ ପାରୁନାହାନ୍ତି ସେଠି ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କୁ କେଉଁଠୁ ଟଙ୍କା ଆଣି ପେନସନ ଦେବେ। ଗ୍ରାମ ର ସ୍ୱୟଂ ସହାୟିକା ଗୋଷ୍ଠି ଠାରୁ ପଞ୍ଚାୟତ ସଙ୍ଘ,ବ୍ଲକ ସ୍ତରୀୟ ସଙ୍ଘରେ ରାଜ୍ୟରେ ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତି ଶ୍ରେଣୀ ଭୁକ୍ତ ହୋଇଥିବାରୁ ଏହି ଘୋଷଣା ନିର୍ବାଚନୀ ଧୂଆଁ ବାଣ ଛଡା ଆଉ କିଛି ନୁହେଁ ବୋଲି କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories