www.samajalive.in
Sunday, December 7, 2025
18.1 C
Bhubaneswar

ଅନଲାଇନକୁ ଆସିଗଲା ସ୍ମାର୍ଟ ଛତା : ଏସି ଭଳି ଦେବ ଥଣ୍ଡା ପବନ, ଦାମ୍ ଏତିିକି..

ନୂଆଦିଲ୍ଲୀ : ଏସି ଭଳି ଥଣ୍ଡା ଦେବ ଛତା। ଆଜ୍ଞା ହଁ କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟସତ। ଅନଲାଇନ ବଜାରକୁ ଆସିଛି ସେଭଳି ଏକ ଛତା। ଅସହ୍ୟ ଗରମରୁ ରାଜ୍ୟ ସମେତ ଦେଶରେ ଅଧିକାଂଶ ସ୍ଥାନରେ ଜନ ଜୀବନ ଅସ୍ତବ୍ୟସ୍ତ। ଏହି ଖରା ଗରମରେ ଘରୁ ବାହାରକୁ ବାହାରିବା ସମ୍ଭବ ହେଉ ନାହିଁ। ଘରୁ ବାହାରିବା ମାତ୍ରେ ଲୋକେ ପ୍ରଥମେ ନିଜ ହାତରେ ଛତା ଓ ପାଣି ବୋତଲ ନେଇ ଥାଆନ୍ତି। ମାତ୍ର ବଜାରକୁ ଏବେ ଆସି ଯାଇଛି ସ୍ମାର୍ଟ ଛତା। ସାଧାରଣ ଛତା ତୁଳନାରେ ଏହି ଛତା ଅନେକ ଫିଚର୍ ସହ ବଜାରକୁ ଆସିଛି। MISTERBREEZE Sun Umbrellaକୁ ଆମାଜନରେ ୧୧,୫୭୩ ଟଙ୍କାରେ କିଣି ପାରିବେ। ଏହା ୟୁଭିଏ ଓ ୟୁଭିବି ରଶ୍ମିରୁ ରକ୍ଷା ଦେଇଥାଏ।
ଏହି ସ୍ମାର୍ଟ ଛତା ଭିତରେ ଏକ ୩.୨୫ ଇଞ୍ଚର ଫ୍ୟାନ୍ ଲଗାଯାଇଛି। ଯାହାକୁ ଶକ୍ତି ଦେବା ପାଇଁ ଏକ ବ୍ୟାଟେରୀ ମଧ୍ୟ ରହିଛି।
ଛତାରେ ଥିବା ଫ୍ୟାନଟି ଏକ ବଟନ୍ ଦ୍ୱାରା କାର୍ଯ୍ୟକାରୀ କରାଯାଇ ପାରିବ। ଏହାକୁ ଚାର୍ଜ ମଧ୍ୟ କରାଯାଇ ପାରିବ।

ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

- Advertisement -

ଏହି ଛତା ସହ ଏକ ପାଣି ବୋତଲ ମଧ୍ୟ ରଖାଯାଇପାରିବ। ଏଥିରେ ବ୍ୟବହାର ହୋଇଥିବା ଜିନିଷ ଅନୁଯାୟୀ, ଏହା ୯୯.୯୯ ପ୍ରତିଶତ କ୍ଷତିକାରକ ୟୁଭିଏ ଓ ୟୁଭିବି ରଶ୍ମିରୁ ରକ୍ଷା କରିଥାଏ।
ଏହି ଛତାର ବିିଭିନ୍ନ ରଙ୍ଗ ରହିଛି। ନିଜ ପସନ୍ଦ ଅନୁଯାୟୀ କିଣିପାରିବେ। ଏହି ଛତାକୁ ଆପଣ ଯେକୌଣସି ସ୍ଥାନରେ ବ୍ୟବହାର କରି ପାରିବେ।

ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories