www.samajalive.in
Sunday, December 14, 2025
26.1 C
Bhubaneswar

ବାଙ୍କୀରେ ନିର୍ବାଚନୀ ପ୍ରଚାର ଓ ମିଶ୍ରଣ ପର୍ବ

କଳାପଥର (ବାଙ୍କୀ): ବାଙ୍କୀ ବ୍ଲକ ଅନ୍ତର୍ଗତ ୩୪ନମ୍ବର ଜୋନ୍‌ର ୬ଟି ପଂଚାୟତରେ ମୋଟର ସାଇକେଲ୍ ଦ୍ୱାରା ଘରକୁ ଘର ବୁଲି ବାଙ୍କୀ ବିଜୁଜନତାଦଳ ପକ୍ଷରୁ ଭୋଟ ପ୍ରଚାର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, କଟକ ସାଂସଦ ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ର, ବୈଦ୍ୟେଶ୍ୱର ପଂଚାୟତ ଅନ୍ତର୍ଗତ ବୈଦ୍ୟନାଥ ଠାକୁରଙ୍କୁ ପୂଜାର୍ଚ୍ଚନା କରି ବାଇକ୍‌ଯୋଗେ ଘର ଘର ବୁଲି ଭୋଟ ଆଶୀର୍ବାଦ ଭିକ୍ଷା ଏହି ମୋଟର ସାଇକେଲ୍ ଶୋଭାଯାତ୍ରା ବୈଦ୍ୟେଶ୍ୱର ଗ୍ରାମପଂଚାୟତ, ବଳଭଦ୍ରପୁର, ଜଗନ୍ନାଥପୁର, କେନ୍ଦୁପଲ୍ଲି, କାଳିପୋଇ ଏବଂ ପୁଇଁଚା ପଂଚାୟତର ପ୍ରତି ଘରକୁ ଘରବୁଲି ଲୋକମାନଙ୍କ ଠାରୁ ବିଭିନ୍ନ ଅସୁବିଧା ସୁବିଧା ପଚାରି ବୁଝିବା ସହ ଆସନ୍ତା ୨୫ତାରିଖରେ ସାଧାରଣ ନିର୍ବାଚନରେ ଯୋଡି ଶଙ୍ଖକୁ ବିପୁଳ ସଂଖ୍ୟାରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ।

ଗୋବିନ୍ଦପୁର ଗ୍ରାମ ପଂଚାୟତସ୍ଥ ବିଭିନ୍ନ ଗ୍ରାମରୁ ବହୁ ବିଜେଡି କର୍ମୀ ଦଳପରିତ୍ୟାଗ କରି ଯୁବସଂଗଠକ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ସୁବାଶିଷ ପଣ୍ଡା, ନବକିଶୋର ସାହୁ, ସୁଶିଲ ପଣ୍ଡା, ସୁଶାନ୍ତ ନାୟକ, କୈଳାସ ମଲ୍ଲିକ, ବିକ୍ରମ ମଲ୍ଲିକ, ମନୋଜ ମଲ୍ଲିକ, ମହେଶ୍‌ର ମଲ୍ଲିକ, ସାପୁଆ ମଲିକ, ବିକ୍ରମ ମଲିକ, କୁବେର ପ୍ରଧାନ, ପ୍ରତାପ ସାହୁ, ଗଗନ ପ୍ରଧାନ, ବିଷ୍ଣୁପ୍ରସାଦ ପ୍ରଧାନ, ଟୁକୁନା ଦେଉରୀ, ଭଗବାନ ଦାଶ, ରମେଶ ଗୋଚ୍ଛି, ବଗୁଭୋଇ, ପ୍ରମୋଦ କୁମାର ଜେନା ପ୍ରମୁଖ ପୂର୍ବତନ ବିଧାୟକ ଓ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ସହିତ ବିଧିବଧ ଭାବରେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ଡକ୍ଟର ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କଂଗ୍ରେସ ଦଳରେ ସାମିଲ୍ କରିଥିଲେ । ଅପରାହ୍ନରେ ବାଙ୍କୀ କଂଗ୍ରେସ ପକ୍ଷରୁ ଏନ୍‌.ଏ.ସି ଅଞ୍ଚଳର ବିଭିନ୍ନ ୱାର୍ଡରେ ଭୋଟ ପ୍ରଚାର କରାଯାଇଥିଲା।

- Advertisement -

ବାଙ୍କୀ ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ୩୭ନମ୍ବର ଜେନାରେ ମୋଟର ସାଇକେଲ ଶୋଭାଯାତ୍ରାରେ ଘରକୁ ଘର ବୁଲି ଭୋଟ ପ୍ରଚାର କରାଯାଇଛି। କଟକ ଲୋକସଭା ବିଜେପି ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଏହି ଶୋଭାଯାତ୍ରାରେ ମୋଟର ସାଇକେଲରେ ବୁଲି ଭୋଟ ପ୍ରଚାର କରିଥିଲେ। ଏହି ମୋଟର ସାଇକେଲ ଶୋଭାଯାତ୍ରା, କରବର, ଶିମିଳିମୁର, ହରିରାଜପୁର, ବିଲିପଡା, ଗୋପାଳପୁର, ରଗଡି, ତୁଳସୀପୁର, ନରଗାଙ୍ଗ, ଢ଼ଁସର ପ୍ରଭୃତି ଅଞ୍ଚଳକୁ ଯାଇ ଘରକୁ ଘର ବୁଲି ଭୋଟ ପ୍ରଚାର କରିଥିଲେ। ଡମପଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ସରୋଜ ମତଗଜ ସିଂହଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ବିଜେପି ଦଳର ବରିଷ୍ଠ ମଣ୍ଡଳ ସଭାପତି ବିପ୍ରବର ଲେଙ୍କା, ଗଣେଶ୍ୱର ଜେନା, ଲକ୍ଷ୍ମୀନାରାୟଣ ପଣ୍ଡା,ଲକ୍ଷ୍ମୀଧର ରାଉତ, ଦୁର୍ଯ୍ୟୋଧନ ସାହୁ, ଭାଗ୍ୟଧର ନାୟକ, ରବିନ୍ଦ୍ର ସାହୁଙ୍କ ସମେତ ଶହଶହ ସଂଖ୍ୟାରେ ବିଜେପିର ବରିଷ୍ଠ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories