www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ କାହିଁକି ଅଚଳ ହେବ ୧୮ଲକ୍ଷ ସିମ୍‌…

ନୂଆଦିଲ୍ଲୀ : ସାଇବର ଅପରାଧ ଓ ଅନ୍‌ଲାଇନ ଠକେଇର ମୁକାବିଲା ପାଇଁ ଦୂରସଞ୍ଚାର କମ୍ପାନୀ ଏକସଙ୍ଗରେ ୧୮ ଲକ୍ଷ ମୋବାଇଲ ସିମ୍‌ ଅଚଳ କରିବାକୁ ଯୋଜନା କରିଛନ୍ତି। ସାରା ଦେଶରେ ଏହି ଅନୈତିକ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବା ଦିଗରେ ସରକାରଙ୍କ ପଦକ୍ଷେପର ଏହା ଏକ ଅଂଶ। ମୋବାଇଲ ସଂଯୋଗର ଦୁରୁପଯୋଗ କରି ସାଇବର ଅପରାଧ ଓ ଆର୍ଥିକ ଠକେଇରେ ସମ୍ପୃକ୍ତ ସିମ୍‌ଗୁଡ଼ିକୁ ବିଭିନ୍ନ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିର ଯାଞ୍ଚରେ ଚିହ୍ନଟ କରାଯାଇଛି। ଯାଞ୍ଚରୁ ଜଣାପଡ଼ିଲା ​‌ଯେ, ବହୁ କ୍ଷେତ୍ରରେ ଗୋଟିଏ ମୋବାଇଲରେ ହଜାରରୁ ଊର୍ଦ୍ଧ୍ବ ସିମ୍‌ ବ୍ୟବହାର କରାଯାଇଛି। ଦୂରସଞ୍ଚାର ବିଭାଗ (ଡଟ୍‌) ଦୂରସଞ୍ଚାର କମ୍ପାନୀଙ୍କୁ ମେ’୯ରେ ୨୮,୨୨୦ ମୋବାଇଲ ହ୍ୟାଣ୍ଡସେଟ୍‌ର ସଂଯୋଗ ବିଚ୍ଛିନ୍ନ କରିବା ସହ ଏଥିରେ ବ୍ୟବହୃତ ପ୍ରାୟ ୨୦ଲକ୍ଷରୁ ଊର୍ଦ୍ଧ୍ବ ସିମ୍‌କାର୍ଡର ପୁନଃ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲା। ଏହିପରି ମାମଲାରେ କେବଳ ୧୦% ସଂଯୋଗର ଯାଞ୍ଚ ହୋଇପାରିଥିଲା ବେଳେ ପୁନଃ ଯାଞ୍ଚ ହୋଇ ପାରି ନ ଥିବା ବାକି ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦେଶରେ ସାଇବର ଅପରାଧ ଓ ଅନ୍‌ଲାଇନ ଠକେଇ ବଢ଼ିବା ପରେ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ(ଏନ୍‌ସିଆରପି) ଅନୁଯାୟୀ, ୨୦୨୩ରେ ଡିଜିଟାଲ ଆର୍ଥିକ ଠକେଇ ପରିମାଣ ୧୦,୩୧୯ କୋଟିରେ ପହଞ୍ଚିଥିଲା। ୨୦୨୩ରେ ୬୯୪,୦୦୦ ଠକେଇ ସମ୍ପର୍କିତ ଅଭିଯୋଗ ହୋଇଥିଲା। ଧରାପଡ଼ିବାରୁ ବର୍ତ୍ତିବା ପାଇଁ ସାଇବର ଅପରାଧୀ ବିଭିନ୍ନ କମ୍ପାନୀର ସିମ୍‌ ବ୍ୟବହାର କରିଥାନ୍ତି ଓ ବାରମ୍ବାର ସିମ୍‌ ବଦଳାନ୍ତି। ଉଦାହରଣ ସ୍ବରୂପ ରାଡାରରୁ ବର୍ତ୍ତିବା ପାଇଁ ଓଡ଼ିଶା ଓ ଆସାମ୍‌ ସର୍କଲର ସିମ୍‌ ଦିଲ୍ଲୀ ଏନ୍‌ସିଆର୍‌ରେ ବ୍ୟବହାର କରି ଠକେଇ କରାଯାଉଛି। ଗୋଟିଏ ସିମ୍‌ରୁ ଅଳ୍ପ କେତେକ ଫୋନ୍‌ କରିବା ପରେ ସେମାନେ ସିମ୍‌ ବଦଳାଇ ଦେଇଥାନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories