www.samajalive.in
Friday, December 5, 2025
26.1 C
Bhubaneswar

ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ୯୩୩ ବୁଥରେ ୫ଟା ଯାଏଁ ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟଗ୍ରହଣ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।୨୦ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ କରାଯାଇଛି। ୫ଟି ଲୋକସଭା ଆସନରେ ରହିଛନ୍ତି ୩୫ଲକ୍ଷରୁ ଅଧିକ ମହିଳା ଓ ୪୦ ଲକ୍ଷରୁ ଅଧିକ ପୁରୁଷ ଭୋଟର। ଏହି ପର୍ଯ୍ୟାୟରେ ୨.୬୭ପ୍ରତିଶତ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ। ୩୫ବିଧାନସଭା ଆସନରେ ୨୬୫ଜଣ ପ୍ରାର୍ଥୀ ଚଳିତ ଥର ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରୁ ୨୨୪ଜଣ ପୁରୁଷ ଓ ୪୧ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଭୋଟିଂ ପାଇଁ ମୋଟ ୯ହଜାର ୧୬୨ମତଦାନ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍‌‌ ରହିଛି। ୧୦୪୧ କେନ୍ଦ୍ରକୁ ମହିଳା ପୋଲିଂ କର୍ମଚାରୀ ପରିଚାଳନା କରିବେ। ସୁରକ୍ଷା ପାଇଁ ୧୦୨କମ୍ପାନୀ ସିଏପିଏଫ ନିୟୋଜିତ ହେବେ। କନ୍ଧମାଳରେ ସବୁଠୁ ଅଧିକ ୨୨ କମ୍ପାନୀ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଗଞ୍ଜାମରେ ୨୦ କମ୍ପାନୀ ସିଏପିଏଫ, ସୁନ୍ଦରଗଡରେ ୧୬, ବଲାଙ୍ଗୀର ଓ ବରଗଡରେ ୧୪ ଲେଖାଏଁ କମ୍ପାନୀ ଫୋର୍ସ ମୁତୟନ ହେବେ। ୧୭ଟି ବିଧାନସଭା ନିର୍ବାଚନମଣ୍ଡଳି କ୍ଷେତ୍ରକୁ ଆଜି ପୋଲିଂ କର୍ମଚାରୀ ମାନେ ଯିବେ। ସବୁ ସ୍ଥାନରେ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବ। ହେଲେ ୯୩୩ବୁଥରେ ୫ଟା ଯାଏଁ ଭୋଟ ଗ୍ରହଣ କରାଯିବାକୁ ନିଷ୍ପତି ହୋଇଥିବା ବେଳେ ଅନ୍ୟ ସବୁଠୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories