www.samajalive.in
Saturday, December 13, 2025
26.1 C
Bhubaneswar

ଭିଡ଼ ହିଂସା; ଭାରତୀୟ ଛାତ୍ରଛାତ୍ରୀଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ

ନୂଆଦିଲ୍ଲୀ: କିରଗିଜ୍‌‌ସ୍ତାନର ରାଜଧାନୀ ବିଶ୍‌‌କେକ୍‌‌ରେ ଭିଡ଼ ହିଂସା ଉଗ୍ର ରୂପ ଧାରଣ କରିଛି। କିର୍‌‌ଗିଜସ୍ତାନ ଏବଂ ଇଜିପ୍ଟର କିଛି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାରପିଟ୍‌‌ ସମୟର ଏକ ଭିଡିଓ ଗତ ୧୩ ତାରିଖରେ ଭାଇରାଲ ହେବା ପରଠାରୁ ଦେଶରେ ଭିଡ଼ ହିଂସା ଆରମ୍ଭ ହୋଇଛି। ସ୍ଥାନୀୟ ଛାତ୍ରଛାତ୍ରୀମାନେ ବାହାର ଦେଶରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କିରଗିଜ୍‌‌ସ୍ତାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ଆଡ୍‌‌ଭାଇଜରି ଜାରି କରାଯାଇଛି। ଛାତ୍ରଛାତ୍ରୀମାନଙ୍କୁ ରୁମ୍‌‌ ବାହାରକୁ ନ ଆସିବା ପାଇଁ ଆଡ୍‌‌ଭାଇଜରିରେ ପରାମର୍ଶ ଦିଆଯାଇଛି।

ଭିଡ ହିଂସା ସମୟରେ ରାଜଧାନୀ ବିଶକେକ୍‌‌ରେ ପାକିସ୍ତାନର କିଛି ଛାତ୍ରଛାତ୍ରୀଙ୍କ ସମେତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରାଯାଇଥିବା ନେଇ ପାକ୍‌‌ ଦୂତାବାସ ପକ୍ଷରୁ ଏକ ଜନସୂଚନା ପ୍ରକାଶ କରାଯାଇଥିଲା। ବିଶ୍‌‌କେକରେ ଥିବା ଡାକ୍ତରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଅନେକ ହଷ୍ଟେଲରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି। ଭାରତୀୟ, ପାକିସ୍ତାନୀ, ବାଂଲାଦେଶ ଛାତ୍ରଛାତ୍ରୀମାନେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଏପରି କି ଏଥିରେ କେତେଜଣ ପାକ୍‌‌ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏବଂ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସୋସିଆଲ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories