www.samajalive.in
Sunday, December 14, 2025
16.1 C
Bhubaneswar

ୟୁପିଏସସି ପାଇଁ ୨୮ ଲକ୍ଷର ଚାକିରି ଛାଡ଼ିଥିଲେ, ଆଜି…

ସମାଜ ଡିଜିଟାଲ ଡେସ୍କ: ବାପା କରଜରେ ବୁଡ଼ିଥିଲେ। ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କାର ଋଣ ବୋଝ ଥିଲା। ତାହାକୁ କିପରି ଶୁଝିବେ ସେନେଇ ଚିନ୍ତିତ ଥିଲେ। ଏହା ଭିତରେ ପୁଅକୁ ମିଳିଲା ବାର୍ଷିକ ୨୮ ଲକ୍ଷ ଟଙ୍କାର ଚାକିରି। ବାପା ଖୁସି ହୋଇଗଲେ। କିନ୍ତୁ ସେହି ଖୁସି ପାଣିରେ ମିଳେଇ ଗଲା, ଯେତେବେଳେ ପୁଅ ୟୁପିଏସସି ପାଇଁ ଏତେ ବଡ଼ ଚାକିରି ଛାଡ଼ିଦେଲା। ଏହା ବାପାଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଲା। କିନ୍ତୁ ପୁଅ ଥିଲା ଦୃଢ଼ମନା। ଯାହା ହାସଲ କରିବାକୁ ଚାହୁଁଥିଲା, ତାହା ନ ପାଇବା ଯାଏ ସେଥିରୁ ଓହରୁ ନ ଥିଲା। ଏକଥା ବାପାଙ୍କୁ ବେଶ୍‌‌ ଭଲ ଭାବେ ଜଣା ଥିଲା। ତେଣୁ ସେ ପୁଅର ନିଷ୍ପତ୍ତିକୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ।
ପ୍ରତିକୂଳ ପରିସ୍ଥିତିରେ ଦୃଢ଼ ଇଚ୍ଛାଶକ୍ତି ଏବଂ କର୍ତ୍ତବ୍ୟନିଷ୍ଠ ଯୋଗୁ ଦିଲ୍ଲୀର ଆୟୁଷ ଗୋୟଲ ଆଜି ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ହୋଇପାରିଛନ୍ତି। ଆୟୁଷଙ୍କ ବାପା ସୁଭାଷ ଚନ୍ଦ୍ର ଗୋୟଲ ଜଣେ କିରାନା ଷ୍ଟୋର ମାଲିକ। ସ୍ୱଳ୍ପ ରୋଜଗାର। କିନ୍ତୁ ପୁଅକୁ ଏମବିଏ ପଢ଼଼ାଇବା ପାଇଁ ସେ ୨୦ ଲକ୍ଷ ଟଙ୍କାର ଋଣ କରିଥିଲେ। ପୁଅ କେରଳର ଆଇଆଇଏମରୁ ଏମବିଏ ଡିଗ୍ରୀ ହାସଲ କରିବା ପରେ ଜେପି ମୋର୍ଗାନ କମ୍ପାନୀରେ ବାର୍ଷିକ ୨୮ ଲକ୍ଷ ଟଙ୍କାର ଚାକିରି ପାଇଥିଲେ। ଏହା ପରେ ସୁଭାଷ ବେଶ୍‌‌ ଖୁସି ହୋଇଥିଲେ। ସେ କରଜମୁକ୍ତ ହୋଇଯିବେ ବୋଲି ଭାବିଥିଲେ। କିନ୍ତୁ ଆୟୁଷ ଯେତେବେଳେ ଅଳ୍ପ ଦିନ ପରେ ଚାକିରି ଛାଡ଼ିଦେଲେ ସେତେବେଳେ ସୁଭାଷଙ୍କୁ ଝଟ୍‌‌କା ଲାଗିଥିଲା। ମାତ୍ର ସେ ପୁଅର ନିଷ୍ପତ୍ତି ବିରୋଧରେ ମୁହଁ ଖୋଲି ନ ଥିଲେ। ବରଂ ବିଶ୍ୱାସ ରଖିଥିଲେ।
ଆୟୁଷ ପ୍ରଶାସନିକ ସେବା କ୍ଷେତ୍ରକୁ ନିଜର କ୍ୟାରିୟର ଭାବେ ବାଛିବାକୁ ମନସ୍ଥ କରିଥିଲେ। ସେଥିପାଇଁ ସେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ। ବିନା କୋଚିଂରେ ଘରେ ଦୈନିକ ୧୦/୧୨ ଘଣ୍ଟା ପଢ଼଼ା ଜାରି ରଖିଲେ। ନିଜେ ନିଜର ନୋଟ୍‌‌ ପ୍ରତ୍ତୁତ କଲେ। ପୁସ୍ତକ ଏବଂ ଇଣ୍ଟରନେଟ୍‌‌ରେ ଉପଲବ୍ଧ ୟୁପିଏସସି ସମ୍ପର୍କିତ ଭିଡିଓରୁ ପଢ଼଼ା ଜାରି ରଖିଲେ।
୨୦୨୨ରେ ଆୟୁଷ ପ୍ରଥମ ଥର ପାଇଁ ୟୁପିଏସସି ପରୀକ୍ଷା ଦେଇଥିଲେ। ପ୍ରି ପରୀକ୍ଷାରେ ପାସ୍‌‌ କଲେ। ମେନ୍‌‌ସ ବି କ୍ଲିୟର ହୋଇଗଲା। ସାକ୍ଷାତକାର ବି ସରିଲା। ଫଳ ପ୍ରକାଶ ଦିନକୁ ଅପେକ୍ଷା ରହିଲା। ଶେଷରେ ସେ ୧୭୧ ରାଙ୍କ ସହିତ ୟୁପିଏସସି କ୍ଲିୟର କଲେ। ଆୟୁଷ ଖୁସି ଥିଲେ। ହେଲେ ସବୁଠୁ ବେଶୀ ଖୁସି ଥିଲେ ତାଙ୍କ ବାପା ସୁଭାଷ। ଦୃଢ଼ ଇଚ୍ଛାଶକ୍ତି କିପରି ଜଣକୁ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ସହାୟକ ହୋଇଥାଏ ତାହାର ଏକ ବଡ଼ ଉଦାହରଣ ହେଉଛନ୍ତି ଆୟୁଷ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories