www.samajalive.in
Tuesday, December 9, 2025
16.1 C
Bhubaneswar

ରାଉରକେଲାରେ ଶାହା…ପୁଣି ପୁରୁଣା ପାଠର ଆଲୋଚନା

ଡେସ୍କ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ସେମାନଙ୍କ ନେତା ଓ ତାରକା ପ୍ରଚାରକଙ୍କୁ ନେଇ ରାଲି, ରୋଡ଼ ଶୋ ଓ ନିର୍ବାଚନୀ ସଭା ଅଧିକରୁ ଅଧିକ ଆୟୋଜିତ କରୁଛନ୍ତି। ବିଶେଷ ଭାବେ ବିଜେପିର ଅନେକ ତୁଙ୍ଗ ନେତା ରାଜ୍ୟକୁ ଆସି ନିର୍ବାଚନୀ ସଭାରେ ଲୋକମାନଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଛନ୍ତି। ତେବେ ପ୍ରଚାରରେ ସମ୍ପୃକ୍ତ ନେତାମାନେ ନିର୍ଦ୍ଧାରିତ କେତୋଟି ପ୍ରସଙ୍ଗକୁ ଭୋଟରଙ୍କ ଆଗରେ ଉପସ୍ଥାପନ କରୁଛନ୍ତି।

ଖଲିକୋଟ ହତ୍ୟାମାମଲାର ତଦନ୍ତ କରିବ ଏସଆଇଟି

- Advertisement -

ଖବର ଅନୁଯାୟୀ, ଆଜି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଉରକେଲାରେ ଜନସଭାକୁ ସମ୍ବୋଧିତ କରି ପୁରୁଣା କଥାକୁ ଦୋହରାଇ ଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଦଳୀୟ ନେତା ରାଜ୍ୟ ସରକାରଙ୍କୁ ଯେଉଁ ପ୍ରସଙ୍ଗରେ ସମାଲୋଚନା କରିଥିଲେ, ଆଜି ମଧ୍ୟ ସେହିସବୁ ପ୍ରସଙ୍ଗ ଉପରେ ଶ୍ରୀ ଶାହା କହିଥିଲେ। ସେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଚାବି, ତଦନ୍ତ କମିଶନ ରିପୋର୍ଟ ବିଷୟରେ କହିଥିଲେ। ସେ କହିଥିଲେ ଯେ ବିଜେପି ଏଥର ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଓ ୭୫ରୁ ଅଧିକ ବିଧାନସଭା ସିଟ୍ ଜିତିବ।

https://samajalive.in/disciplinary-action-vijay-mohapatra-expelled-from-bjp-for-anti-party-activities/561368.html

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories