www.samajalive.in
Monday, December 8, 2025
24.1 C
Bhubaneswar

ହାତୀ ଆତଙ୍କରେ ଲୋକେ ଭୟଭୀତ, ଭାଙ୍ଗିଲା ସୋଲାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତର ବାରିଆପଡ଼ା, ଶିକପଦର, ସୋରାଟିଓ ପାର୍ତ୍ତିବେଡା ଗ୍ରାମରେ ମାସ ତମାମ କଳାହାଣ୍ଡିଆ ହାତୀ ପଲ, ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ଆମ୍ବ, ପଣସ, କଦଳୀ, ସପୁରୀ, ସଲପ ଗଛ ଥିବାରୁ ହାତୀ ମାନେ ଏହି ଅଞ୍ଚଳ ଛାଡି ଯାଉ ନାହାନ୍ତି।

କଲ୍ୟାଣସିଂହପୁର ରେଞ୍ଜରେ ହାତୀ ସ୍ୱାର୍ଡ ମାତ୍ର ତିନି ଜଣ ଥିବାରୁ ସେମାନେ ମଧ୍ୟ ଭୟଭୀତ ହୋଇ ହାତୀମାନଙ୍କୁ ଘଉଡ଼ାଇ ପାରୁ ନାହାନ୍ତି,ସାଧାରଣ ଲୋକ ଯେଉଁ ଭଳି ହାତୀପଲକୁ ଦୂରରୁ ଦେଖିଲେ ଫେରି ଆସନ୍ତି । ସେହି ଭଳି ତିନି ଜଣ ହାତୀ ସ୍ୱାର୍ଡ ଥିବାରୁ ନିକଟତର ହୋଇ ପାରୁ ନାହାନ୍ତି। ଫଳରେ ରାତି ସମୟରେ ସୋରାଟି ଗ୍ରାମରେ ନଡ଼ିଆ, କଦଳୀ ଆମ୍ବ ଗଛ ଭାଙ୍ଗି ଦେଇ ପାର୍ତ୍ତି ବେଡ଼ା ଗ୍ରାମକୁ ପହଞ୍ଚି ଥିଲେ। ସେଠାରେ କଦଳୀ, ପଣସ, ଆମ୍ବ ଖାଇବା ପରେ ଶୋଷ ହେବାରୁ ପାଣି ପିଇବା ପାଇଁ ପାଇପକୁ ଝିକି ପିଙ୍ଗି ଦେଇଥିଲେ। ସୋଲାର ପ୍ଲେଟ ଗୁଡିକ ଭାଙ୍ଗି ଚୁର୍ ମାର କରି ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ଜାମା ପ୍ରାସ୍କାଙ୍କ ବାଢ ଭିତରେ ପଶି କଦଳୀ , ପଣସ, ଆମ୍ବ ଗଛ ଭାଙ୍ଗି ନଷ୍ଟ କରି ଦେଇଥିବା ଅଭିଯୋଗ କରିଛନ୍ତି।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..


ବର୍ତ୍ତମାନ ଉକ୍ତ ଗ୍ରାମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ଗ୍ରାମବାସୀ କହିଛନ୍ତି। ଯେହେତୁ ଗୋଟିଏ ନଳକୂପ ସହ ଗୋଟିଏ ସୋଲାର ବୋର ଉପରେ ଗ୍ରାମ ଲୋକେ ନିର୍ଭର କରୁଥିଲେ।
କିନ୍ତୁ ନଳକୂପ ଘଣ୍ଟା ଘଣ୍ଟା ଧରି ମାରିବା ପରେ ମଧ୍ୟ ଲୁହା ପଥର ଗୁଣ୍ଡ ପାଣି ବାହାରୁ ଥିବାରୁ ପାଣି ପିଇବାକୁ ଡହଳ ବିକଳ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି କର୍ମଚାରୀ ମାନେ ପହଞ୍ଚି ହାତୀ ବାହାରିଥିବା ଅଞ୍ଚଳରେ ତଦନ୍ତ କରିବା ସହ ଲୋକଙ୍କୁ ବୁଝାଶୁଝା କରୁଛନ୍ତି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଦିଆଯିବ ବୋଲି କହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories