www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ଆକ୍ରମଣ ମାମଲା, ଗିରଫ ହେଲେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ

ବ୍ରହ୍ମପୁର: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ମଙ୍ଗଳବାର ଗିରଫ କରିଛି ପୁଲିସ। ଶିବଶଙ୍କର ବ୍ରହ୍ମପୁର ବିଧାନସଭା ଆସନର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି। ଅନ୍ୟପଟେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍‌ସ ସ୍ଥାନାନ୍ତର କରାଯାଇଛି। ତାଙ୍କ ଛାତି ପଞ୍ଜରା ହାଡ଼ ଫ୍ରାକ୍‌ଚର ହୋଇଥିବା ଜଣାପଡ଼ିଛି।

ସୋମବାର ସନ୍ଧ୍ୟା ୭ଟା ପରେ ଗୋସାଇଁ ନୂଆଗାଁ ଥାନା ସମ୍ମୁଖରେ ଏକ ବୁଥ୍‌ରେ ଭୋଟଗ୍ରହଣ ଚାଲିଥିବା ଖବର ପାଇ ପ୍ରଦୀପ ସେଠାକୁ ଯାଇଥିଲେ। ସେ ଥାନା ଅଧିକାରୀ ଏବଂ ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ଏ ବିଷୟରେ ଆଲୋଚନା କରୁଥିବାବେଳେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଓରଫ ପିଣ୍ଟୁ ସେଠାରେ ପହଞ୍ଚି ହଠାତ୍‌ ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ପୁଲିସ ଉପସ୍ଥିତିରେ ପିଣ୍ଟୁ ପ୍ରଦୀପଙ୍କ ଛାତିକୁ ମୁଥ ମାରିଥିବା ଅଭିଯୋଗ ହୋଇଥିଲା। ଫଳରେ ପ୍ରଦୀପ ଆହତ ହେବା ସହିତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ଏମକେସିଜି ହସ୍ପିଟାଲକୁ ନିଆଯାଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

- Advertisement -

ମଙ୍ଗଳବାର ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ପିଣ୍ଟୁଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories