ବୁଥ ରିଗିଂ: ଦୁଇ ଗୋଷ୍ଠୀ ପିଟାପିଟି

ଚିକିଟି: ଗଞ୍ଜାମ ଚିକିଟିରେ ବୁଥ ରିଗିଂ ଅଭିଯୋଗ, ଉଭୟ ଗୋଷ୍ଠୀ ପିଟାପିଟି।  କଡ଼ବାଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୪/୬୫ ନଂ ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣକାରୀ ଚମ୍ପଟ ମାରିଥିଲେ। ସକାଳେ ବି ସମାନ ବୁଥରେ ଗଣ୍ଡଗୋଳ ହୋଇଥିଲା ଏବଂ ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

Comments are closed.