www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ବିଶ୍ବର ସବୁଠୁ ସହିଷ୍ଣୁ ଦେଶ: ରାଜନାଥ

ଲକ୍ଷ୍ନୌ : ଭାରତ ବିଶ୍ବର ସବୁଠୁ ସହିଷ୍ଣୁ ଦେଶ। ଭାରତରେ ଯେଉଁ ସହିଷ୍ଣୁତା ଦେଖିବାକୁ ମିଳେ ତାହା ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ରବିବାର ଏଠାରେ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ୧୧୪ ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ରାଜନାଥ ଏହା କହିଛନ୍ତି। ସେ କହିଛନ୍ତି ଭାରତ ବିଶ୍ବର ଏକମାତ୍ର ଦେଶ ଯେଉଁ ଠାରେ ବିଭିନ୍ନ ଧର୍ମର ଲୋକ ଶାନ୍ତିପୂର୍ଣ୍ଣ ଭାବେ ସହାବସ୍ଥାନ କରନ୍ତି। ଦେଶକୁ ସଶକ୍ତ କରିବାରେ ସମସ୍ତଙ୍କର ମିଳିତ ଉଦ୍ୟମ ଅବ୍ୟାହତ ରହିଛି। ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ନେଇ ହେଉଥିବା ଅଭିଯୋଗ ଉପରେ ରାଜନାଥ ଏପରି କହିଛନ୍ତି। ଅନ୍ୟପଟେ ଦେଶର ସମସ୍ତ କମ୍ପ୍ୟୁଟର ଉପରେ ଗୁଇନ୍ଦା ନଜର ରଖିବାକୁ ତାଙ୍କ ମନ୍ତ୍ରଣାଳୟ ଦେଇଥିବା ନିର୍ଦେଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ରାଜନାଥ ମନା କରିଛନ୍ତି। ​‌ଏବେ ସଂସଦର ଶୀତ ଅଧିବେଶନ ଚାଲିଥିବାରୁ ଏ ବାବଦରେ ଅଧିକ କିଛି ବାହାରେ କୁହାଯାଇପାରିବ ନାହିଁ। ମୋର ଯାହା କହିବାର ଅଛି ତାହା ସଂସଦରେ କହିବି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories