Patra electronics

ଲଗାତାର ୫ଟି ମ୍ୟାଚ ଜିତି ପ୍ଳେ ଅଫ୍‌‌ ରେସରେ ଆରସିବି

ନୂଆଦିଲ୍ଲୀ: ରବିବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପ୍ଲେ ଅଫ୍‌‌ ରେସରେ ଆଗକୁ ବଢିଛି। ଲଗାତାର ୫ଟି ମ୍ୟାଚ ଜିତି ଟିମ ଏହି ସଫଳତା ହାସଲ କରିଛି। ହାତରେ ମାତ୍ର ଆଉ ଗୋଟିଏ ମ୍ୟାଚ ବାକି ଥିବାବେଳେ ପଏଣ୍ଟ ଟେବୁଲରେ ସମସ୍ତମରୁ ପଞ୍ଚମ ସ୍ଥାନକୁ ଉତ୍ତିର୍ଣ୍ଣ ହୋଇଛି ଦଳ। ରବିବାର ଖେଲାଯାଇଥିବା ମ୍ୟାଚରେ ଦିଲ୍ଲୀକୁ ୪୭ରନରେ ପରାଜିତ କରିବା ପରେ ପ୍ଲେ ଅଫ୍‌‌ରେ ସାମିଲ ହେବା ନେଇ ଟିମ୍‌‌ ର ମନୋବର ବୃଦ୍ଧି ପାଇଛି। ମେ ୧୮ରେ ସିଏସକେ-ଆରସିବି ମଧ୍ୟରେ ଶେଷ ଲଢେଇ ହେବ। ଏହି ମ୍ୟାଚରେ ବିଜୟୀ ଦଳ ଟେବୁଲର ଶୀର୍ଷ ଚତୁର୍ଥ ସ୍ଥାନରେ ସାମିଲ ହେବାର ସମ୍ଭାବନା ରହିଛି।

Comments are closed.