www.samajalive.in
Friday, December 12, 2025
16.1 C
Bhubaneswar

ଯୋଗ କରିବା ସହିତ ରାଷ୍ଟ୍ରର ଉନ୍ନତି ପାଇଁ ଧ୍ୟାନଦେବା ଆବଶ୍ୟକ

ପତଞ୍ଜଳି ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧାମାଧବଜୀଙ୍କ ବୌଦ୍ଧଜିଲା ଗସ୍ତ
ବୌଦ୍ଧ: ପତଞ୍ଜଳି ଯୋଗପୀଠ ହରିଦ୍ୱାର ପକ୍ଷରୁ ରାଜ୍ୟ ପତଞ୍ଜଳି ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାରଜୀ ଦୁଇଦିନିଆ ବୌଦ୍ଧ ଜିଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିବସରେ ମହାନଦୀ ଆଳତି ଘାଟ ଠାରେ ଆଳତି କରିଥିଲେ। ଅକ୍ଷୟ ତୃତୀୟା ଓ ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ କରିବା ସହିତ ରାଷ୍ଟ୍ରର ଉନ୍ନତି ପାଇଁ ଧ୍ୟାନଦେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।

ଦ୍ଵିତୀୟ ଦିବସରେ ମାଉସୀ ମା ମନ୍ଦିର ଓ ମହାନଦୀ ଆଳତିଘାଟ ଠାରେ ଅନୁଷ୍ଠିତ ଦୈନିକ ଯୋଗାଭ୍ୟାସ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ କ୍ଷ ଜିଲ୍ଲାରେ ଯୋଗ କକ୍ଷା କିପରି ବୃଦ୍ଧି ପାଇବ ତାର ଯୋଜନା ଉପସ୍ଥାପନା କରିଥିଲେ।  ଅପରାହ୍ନରେ ବୌଦ୍ଧ ତହିସିଲ ଅନ୍ତର୍ଗତ ଜହ୍ନାପଙ୍କରେ ଯୋଗ ପ୍ରଚାର ସଂକଳ୍ପ ଦିବସରେ ଆଲୋଚନା କରୁଥିଲେ। ସଂନ୍ଧ୍ୟାରେ ବରିଷ୍ଠ ନାଗରିକ କାର୍ୟ୍ୟାଳୟ ପରିସରର ରାଷ୍ଟ୍ର ଉନ୍ନତି ପାଇଁ ବରିଷ୍ଠ ନାଗରିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

- Advertisement -

ଶେଷରେ ଜିଲା କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି କର୍ୟ୍ୟକର୍ତ୍ତା ସୃଷ୍ଟି ଆବଶ୍ୟକ ରହିଛି କ୍ଷ ଆସନ୍ତା ବର୍ଷ ପାଇଁ ବାର୍ଷିକ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିଥିଲେ କ୍ଷ ଏହି କାର୍ୟ୍ୟକ୍ରମରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଦେବାଶିଷ ପୁରୋହିତ ସମସ୍ତ କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ । ସ୍ବାମୀଜୀଙ୍କ ସଂକଳ୍ପ ବର୍ତ୍ତମାନ ପ୍ରଚଳିତ ବିଦେଶୀ ଖାଦ୍ୟ, ଶିକ୍ଷା, ଚିକିତ୍ସକ୍ଷ, ସଂସ୍କୃତି ପଦ୍ଧତିକୁ ପରିବର୍ତ୍ତନ କରି ଭାରତୀୟ ପରମ୍ପରାକୁ ପୁନର୍ବାର ପ୍ରତିଷ୍ଠାପିତ ପାଇଁ ଯୋଜନାକୁ କର୍ୟ୍ୟକରିବାରେ ସାମିଲ୍ ହେବାପାଇଁ ପ୍ରକାଶ କରିଥିଲେ କ୍ଷ ଏହାଦ୍ବାରା ଆମ ଦେଶ ଖୁବ୍ ଶୀଘ୍ର ବିଶ୍ୱଗୁରୁ ହୋଇପାରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories