www.samajalive.in
Thursday, December 11, 2025
15.1 C
Bhubaneswar

ନଦୀରେ ବୁଡି ନାବାଳକ ମୃତ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ସାହାଜପଡା ଗ୍ରାମରେ ଏକ ନାବାଳକର ନାଳରେ ବୁଡି ମୃତ୍ୟୁ ଘଟିଛି। ସୂଚନାନୁସାରେ ରାୟଗଡାର ପଦ୍ମନାଭ ସାହୁ ଏବଂ ତାଙ୍କ ଜ୍ୱାଇଁ ରାୟଗଡା ଜିଲ୍ଲା ହାଟ ମୁନିଗୁଡାର ଜୟସେନ ସାହୁକାର ତାଙ୍କ ପରିବାର ସହିତ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଜେପୁର ଥାନା ଅନ୍ତର୍ଗତ ସାହାଜପଡା ଗ୍ରାମକୁ ବନ୍ଧୁ ଘରକୁ ଆସିଥିଲେ। ଅପରାହ୍ନ ସମୟରେ ଜୟସେନ ସାହୁକାରଙ୍କ ପୁଅ ଦିବାକର ସାହୁକାର (୧୨) ବର୍ଷ ସାହାଜପଡା ଗାଁ ନିକଟସ୍ଥ କଲ୍ୟାଣୀ ନଦୀକୁ ଶୌଚ ହେବାପାଇଁ ଯାଇଥିବା ବେଳେ ଫେରିବା ବିଳମ୍ବ ହୋଇଥିବା ଯୋଗୁଁ ପରିବାର ଲୋକେ ଖୋଜିବାକୁ ଯାଇଥିଲେ। ଖୋଜାଖୋଜି କରିବା ପରେ ଦିବାକର ନଦୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ମୃତ ଦିବାକରର ଅଜା ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବରପାଇ ବିଜେପୁର ଥାନାଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ କରିଥିଲେ। ଏହାପରେ ବେଦାନ୍ତ ଅମ୍ବୁଲାନ୍ସ ଯୋଗେ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ। ରାତ୍ର ହୋଇଯାଇଥିବା ଯୋଗୁଁ ଆଜି ଶବ ବ୍ୟବଛେଦ କରାଯିବ ବୋଲି ଲାଞ୍ଜିଗଡ ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories