www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଚାଲେଞ୍ଜର ଜବାବ ଦେଲେ ପାଣ୍ଡିଆନ

ସମାଜଲାଇଭ୍‌ ଡେସ୍କ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହାକୁ ପାଳନ କରନ୍ତି ନାହିଁ। ଓଡ଼ିଶାରେ ନବୀନ ସରକାର ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ବିଜେପିର ଡବଲ ଇଞ୍ଜିନ ସରକାର ଆଦିବାସୀଙ୍କ ପାଇଁ କିଛି କରନ୍ତି ନାହିଁ। ଚାଷୀଙ୍କ ପାଇଁ କିଛି କରନ୍ତି ନାହିଁ। କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ କୁମ୍ଭୀର କାନ୍ଦଣା କାନ୍ଦନ୍ତି। ପ୍ରଧାନମନ୍ତ୍ରୀଙ୍କ ଚାଲେଞ୍ଜର ଜବାବ ଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବୀରମିତ୍ରପୁରରେ ଦଳୀୟ ପ୍ରଚାର ସଭାରେ ଯୋଗଦେଇ ପାଣ୍ଡିଆନ ପ୍ରଧାନମନ୍ତ୍ରୀ  ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି।

ପ୍ରଚାର ସଭାରେ ଉଦବୋଧନ ଦେଇ ପାଣ୍ଡିଆନ କହିଥିଲେ, ୧୦ ବର୍ଷ ବିତିଗଲା। ଉପକୂଳ ହାଇୱେ ହୋଇପାରିଲାନି ? କୋଇଲା ରୟାଲଟି ବୃଦ୍ଧି କରିବା ପାଇଁ ବାରମ୍ବାର ଅନୁରୋଧ କରି ଥକିଗଲୁ, ହେଲେ କେନ୍ଦ୍ର ଶୁଣିଲା ନାହିଁ। ରୟାଲଟି ବୃଦ୍ଧି ପାଇଥିଲେ ଓଡ଼ିଶା ୫ ଲକ୍ଷ କୋଟି ଟଙ୍କା ଅଧିକ ପାଇଥାନ୍ତା। ୨ କୋଟି ଯୁବପିଢ଼ିଙ୍କୁ ଚାକିରି ଦେବାକୁ କେନ୍ଦ୍ରର ବିଜେପି ସରକାର ପ୍ରତିଶ୍ରୁତି ଦେଇଥିଲେ। ସେ ପ୍ରତିଶ୍ରୁତି ଗଲା କୁଆଡେ ? ଚାଷୀଙ୍କ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦୁଇଗୁଣ ବଢ଼ାଇବାକୁ କହିଥିଲେ। ସେ କଥା କୁଆଡ଼େ ଗଲା ? କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୋଦୀ ସରକାର ତେଲ, ଗ୍ୟାସ ଦର ବୃଦ୍ଧି ନ କରିବାକୁ ଗ୍ୟାରେଣ୍ଟି ଦିଅନ୍ତୁ ବୋଲି ପାଣ୍ଡିଆନ ଆହ୍ବାନ କରିଛନ୍ତି।

- Advertisement -

ପାଣ୍ଡିଆନ ଆହୁରି କହିଥିଲେ ଯେ, ବିଜେପି କନ୍ଧମାଳରେ ଦଙ୍ଗା କଲା। ମୁଖ୍ୟମନ୍ତ୍ରୀଙ୍କ ପାଇଁ କନ୍ଧମାଳରେ ଆଜି ଶାନ୍ତି ଫେରିଛି। ବିଜେଡି ୩୦ ଜିଲା ପରିଷଦ ନିର୍ବାଚନ ଜିତିଛି। କିନ୍ତୁ ବିଜେପି ଗୋଟିଏ ବି ଜିଲା ପରିଷଦ ଜିତି ପାରିଲାନି। ସେଥିପାଇଁ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ସେ ଓଡ଼ିଶା ଆସୁଛନ୍ତି। ଏବେ ନିର୍ବାଚନ ଥିବାରୁ ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଠାକୁ ଆସି ପ୍ରଚାର କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ବିଗତ ୨୪ ବର୍ଷ ଧରି ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି। ନବୀନଙ୍କ ନେତୃତ୍ଵରେ ଓଡ଼ିଶା ବହୁ କ୍ଷେତ୍ରରେ ୧ ନମ୍ବର ହୋଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶା କଥା ଛାଡ଼ନ୍ତୁ, ଭାରତକୁ ୧ ନମ୍ବର କରନ୍ତୁ।

ନବୀନ ପଟ୍ଟନାୟକ କାମର ହିସାବ ଦେଇଆସୁଛନ୍ତି। ନବୀନ ସରକାର ଲୋକମାନଙ୍କ ସରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି। ଅନ୍ୟମାନଙ୍କ ଭଳି ନବୀନ ପ୍ରତିଶ୍ରୁତି ଦେଇ ଭୁଲି ଯାଆନ୍ତିନାହିଁ। ମହିଳାଙ୍କୁ ସଶକ୍ତ କରିବାରେ ନବୀନ ୧ ନମ୍ବର। ନବୀନ ମିଶନଶକ୍ତି ମା’ ମାନଙ୍କ ପାଇଁ ପେନ୍‌ସନ ଘୋଷଣା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ୧ ନମ୍ବର ବୋଲି ପାଣ୍ଡିଆନ କହିଥିଲେ।

ପାଣ୍ଡିଆନ ବିଏସକେୱାଇ ସହିତ ଆୟୁଷ୍ମାନ ଭାରତ ଯୋଜନାର ତୁଳନା କରି କହିଲେ, ବିଏସକେୱାଇରେ ଓଡ଼ିଶା ପ୍ରତି ମାସରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଆୟୁଷ୍ମାନ ଭାରତରେ ବର୍ଷକୁ ୩୦୦ କୋଟି ମିଳିବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories