www.samajalive.in
Saturday, December 13, 2025
26.1 C
Bhubaneswar

ଓଜନ କମାଇବ ଅଁଳା

ସମାଜ ଡିଜିଟାଲ ଡେସ୍କ: ଆଜିକାଲି ସମସ୍ତେ ସୁସ୍ଥ ରହିବା ସହ ଫିଟ୍‌‌ ଆଣ୍ଡ ଫାଇନ୍‌‌ ରହିବାକୁ ପସନ୍ଦ କରୁଛନ୍ତି। ଟିକେ ମୋଟା ହୋଇଗଲେ ସମସ୍ତେ ଚିନ୍ତାରେ ପଡିଯାଉଛନ୍ତି। ମୋଟାପା କମାଇବାକୁ କେହି କେହି ମେଡିସିନ୍‌‌ ଖାଇଥାନ୍ତି ତ ଆଉ କେହି ଜିମ୍‌‌ ଯାଇ କସରତ କରିଥାନ୍ତି। କିନ୍ତୁ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଯଦି ଆପଣ ମୋଟ ହେଉଛନ୍ତି ତେବେ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ। କାରଣ ନିଜ ବାଡି ବଗିଚାରେ ଥିବା ଫଳମୂଳ ଖାଇ ଓଜନ କମାଇପାରିବେ। ଯେପରି ଅଁଳା ଫଳ। ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍‌‌ବାରା ଓଜନ କିପରି କମିଥାଏ. . .

ଅଁଳାରେ ଭିଟାମିନ୍‌‌ ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକି ବିଷାକ୍ତ ପଦାର୍ଥକୁ ଶରୀରରେ ବାହାର କରିବାରେ ସାହାଯ୍ୟ କରିଥାଏ। ପେଟ ପାଇଁ ଅଁଳାକୁ ସୁପର ଫୁଡ ବୋଲି କୁହାଯାଏ। ଏଥିରେ ଥିବା ଭିଟାମିନ୍‌‌ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାସହିତ ମେଟାବୋଲିଜିମକୁ ମଜବୁତ କରି ପେଟରେ ଖାଦ୍ୟ ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ। ଏଥିରେ ଥିବା ଫାଇବର ପାଚନ କ୍ରୀୟାକୁ ଠିକ୍‌‌ ରଖିବା ସହ ପାକସ୍ଥଳୀକୁ ସଂକ୍ରମଣ ଠାରୁ ଦୂରେଇ ରଖେ।
ଓଜନ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ୨ରୁ ୩ ଚାମନ ଅଁଳା ଜୁସ୍‌‌ କିମ୍ବା ଅଁଳା ପାଉଡର ଉଷୁମ ପାଣିରେ ମିଶାଇ ଖାଲି ପେଟରେ ପିଅନ୍ତୁ। ଅଁଳାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କ୍ୟାନସର ସୃଷ୍ଟିକାରୀ କାଚିନଜେନିକ୍‌‌ କୋଷର ବୃଦ୍ଧିକୁ ରୋକିଥାଏ। ଯାହା ଆପଣଙ୍କୁ କ୍ୟାନସର ଠାରୁ ରକ୍ଷା କରେ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories