ଜାଣନ୍ତୁ ଆଜି ରାଶି ଅନୁସାରେ କର୍ମକ୍ଷେତ୍ରରେ କେମିତି କଟିବ ଦିନ: ଶନିବାର ରାଶିଫଳ

ମେଷ: ସରକାରୀ ସ୍ତରରୁ ଲାଭ ଉଠାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସର୍ବତ୍ର ବିଜୟୀ ହେବେ। ସୁଖୀ ହେବେ। ସୁସ୍ଥ ଓ ନିରାମୟ ରହିବେ।

ବୃଷ: ମତିମାନ୍‌ ହେବେ। ତ୍ୟାଗଶୀଳ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। ପ୍ରଫୁଲ୍ଲ ମୁଖ ଓ ରୂପବାନ୍‌ ହୋଇପାରନ୍ତି।

ମିଥୁନ: ଭଲ ଆୟ ହେବ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଭୋଜନ ରୁଚିକର ହେବ। ଦାମ୍ପତ୍ୟ ଜୀବନ ସୁଖବୋଧ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସହାୟତା ମିଳିବ।

କର୍କଟ: ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବାର ସୂଚନା ମିଳୁଛି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ହେବେ।

ସିଂହ:ଜ୍ଞାନଗରିମାଯୁକ୍ତ ହୋଇଥିଲେ ମଧ୍ୟ ଅଧିକ ଜ୍ଞାନ ଆହରଣ ପାଇଁ ଉଦ୍ୟମ ଚଳାଇପାରନ୍ତି। ସଦାସର୍ବଦା ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତି ହୋଇପାରେ।

କନ୍ୟା:କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବିଭାଗୀୟ ସ୍ତରରୁ ନିଜର ପ୍ରାପ୍ୟ ପାଇଁ ଆର୍ଥିକ ସ୍ଥିତିର ସାମାନ୍ୟ ଉନ୍ନତି ଘଟାଇ ପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।

ତୁଳା:କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି କର୍ମସଂସ୍ଥାନରେ ଶୃଙ୍ଖଳା ସ୍ଥାପନ କରିବେ। ପ୍ରତିଯୋଗିତାରେ କୃତ୍ତିତ୍ବ ଅର୍ଜନ କରିପାରନ୍ତି।

ବିଛା: ଥଣ୍ଡା, କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହଯୋଗ ପାଇ ଆଶ୍ବସ୍ତ ହେବେ। ଧୈର୍ଯ୍ୟଶୀଳ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। ସୁସ୍ଥ ରହିବେ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସ୍ଥିତି ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମ ଦଣ୍ଡଧାରୀ ହେବେ।

ମକର: ନିଜର ଅଦମ୍ୟ ଚେଷ୍ଟା ଓ ପରିବାରର ସହାୟତା ପାଇ ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ଋଣ ପରିଶୋଧ କରି ଅଧିକ ଋଣ ଗ୍ରହଣ ପାଇଁ ଆଶାୟୀ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ।

କୁମ୍ଭ:ଅଧିକ ଜ୍ଞାନ ଅର୍ଜନ ପାଇଁ ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଅର୍ଜିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖସୌହାର୍ଦ୍ୟପୂର୍ଣ୍ଣ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ମୀନ: ଶ୍ରମ କାତର ହେବେ ନାହିଁ। କଷ୍ଟ ସହି ଇଷ୍ଟ ପ୍ରାପ୍ତିର ଉଦ୍ୟମ ଫଳପ୍ରଦ ହେବ। ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିବ। ବନ୍ଧୁଙ୍କ ସହ ଭୁଲ ବୁଝାମଣାର ସୁଧାର ଆସିବ।

Comments are closed.