www.samajalive.in
Sunday, December 7, 2025
26.1 C
Bhubaneswar

ପୃଥିବୀରେ ଶେ​‌ଷ ହୋଇଯିବ କି ଜୀବ ସତ୍ତା? ସୁରକ୍ଷାର ୭ ସୀମା ଟପିଲାଣି ମଣିଷ

ସମାଜ ଡିଜିଟାଲ ଡେସ୍କ: ବିକାଶର ଅନ୍ଧ ଦୌଡ଼ରେ ସମଗ୍ର ବିଶ୍ଵ ପ୍ରତ୍ୟେକଦିନ ନୂଆ ନୂଆ ଆବିଷ୍କାର କରିବାରେ ବ୍ୟସ୍ତ। କିନ୍ତୁ ଏହାଦ୍ଵାରା ଜଳବାୟୁର ବହୁତ କ୍ଷତି ଘଟୁଛି। ଜଳବାୟୁର କ୍ଷତି କାରଣରୁ ପୃଥିବୀରେ ବାସ କରୁଥିବା ଜୀବଜନ୍ତୁ, ଉଦ୍ଭିଦ ସମେତ ମଣିଷଙ୍କ ସ୍ୱାସ୍ଥ୍ୟ ତଥା ଆମ ଗ୍ରହର ସୁରକ୍ଷା ପ୍ରତି ବିପଦ ବଢୁଛି। ବୈଜ୍ଞାନିକଙ୍କ କହିବା ମୁତାବକ, ଆମେ ପୃଥିବୀ ସୁରକ୍ଷାର ୭ ସୀମା ଅତିକ୍ରମ କରି ଗଲେଣି। ଏବେ ଆମେ ଜଳବାୟୁର ୮ଟି ସୁରକ୍ଷିତ ସୀମା ମଧ୍ୟରୁ ଶେଷ ସୀମାରେ ପହଞ୍ଚିଛେ। ତେଣୁ ବର୍ତ୍ତମାନ ବିଶ୍ଵର ସମସ୍ତ ଦେଶ ମିଳିତ ଭାବରେ ପ୍ୟାରିସ୍ ଚୁକ୍ତିନାମାର ଲକ୍ଷ୍ୟ ପୂରଣ କରିବା ପାଇଁ କାର୍ୟ୍ୟ ଆରମ୍ଭ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ବୈଜ୍ଞାନିକଙ୍କ ଅନୁସାରେ, ପୃଥିବୀରେ ସୁରକ୍ଷାର ମୋଟ୍ ୮ଟି ପ୍ରାକୃତିକ ସ୍ତର ରହିଛି। ଏହି ସ୍ତର ହିଁ ମଣିଷ ଏବଂ ପୃଥିବୀରେ ଥିବା ସମସ୍ତ ଜୀବଜନ୍ତୁ ଏବଂ ଉଦ୍ଭିଦକୁ ସୁରକ୍ଷା ପ୍ରଦାନ କରିବା ସହ ସୁସ୍ଥ ରଖିଥାଏ। ନେଚର୍ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟ ବିଶ୍ଵର ୪୦ରୁ ଅଧିକ ବୈଜ୍ଞାନିକଙ୍କ ଏକ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ, ଆମ ଗ୍ରହ ଆଉ ମଣିଷମାନଙ୍କ ରହିବାଯୋଗ୍ୟ ହୋଇ ନାହିଁ। ଗବେଷଣାକାରୀଙ୍କ କହିବାନୁଯାୟୀ, ପୃଥିବୀକୁ ସୁରକ୍ଷିତ ରଖୁଥିବା ପ୍ରତ୍ୟେକ ସୀମା ମଣିଷ ଅତିକ୍ରମ କରିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ବୈଜ୍ଞାନିକମାନେ ମଣିଷର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

- Advertisement -

ପୃଥିବୀର ସୁରକ୍ଷା ସୀମାରେ କ’ଣ କ’ଣ ଅଛି ?

ନେଚର ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରକୃତିରୁ ଆମେ ପାଇଥିବା ସମସ୍ତ ଜିନିଷ ପ୍ରଦୂଷିତ ହୋଇଯାଇଛି। ଧୀରେ ଧୀରେ ମଣିଷଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ୁଛି। ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀ ଏବଂ ଆମ ସୁରକ୍ଷା ସୀମା ମଧ୍ୟରେ ଜଳବାୟୁ, ଜୈବ ବିବିଧତା, ମଧୁର ଜଳ, ବାୟୁ, ମୃତ୍ତିକା ଏବଂ ଜଳ ଅନ୍ତର୍ଭୁକ୍ତ। ଏ ସବୁରେ ବିଷର ମାତ୍ରା ବହୁତ ବଢିଯାଇଛି। ଏହି କାରଣରୁ ପୃଥିବୀର ପରିବେଶ ବିପଦରେ ପଡ଼ିଛି। ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ୁଛି। ବୈଜ୍ଞାନିକମାନେ ଗବେଷଣାରେ ଜାଣିବାକୁ ପାଇଛନ୍ତି ଯେ, ପୃଥିବୀରେ ଜୀବନ ସୁରକ୍ଷାର ଉପାଦାନଗୁଡିକ ବିପଜ୍ଜନକ ସ୍ତରରେ ପହଞ୍ଚିଲାଣି।

ଜାତିସଂଘର ସଦସ୍ୟ ଦେଶମାନେ ୨୦୧୫ ସୁଦ୍ଧା ବିଶ୍ଵ ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀ ସେଲସିୟସକୁ ସୀମିତ କରିବାକୁ ରାଜି ହୋଇଛନ୍ତି। ଏହା ବ୍ୟତୀତ ପୃଥିବୀର ୩୦ ପ୍ରତିଶତ ଭୂମି, ସମୁଦ୍ର ଏବଂ ମଧୁର ଜଳ ଅଞ୍ଚଳରେ ଜୈବ ବିବିଧତା ରକ୍ଷା କରିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି। ପୃଥିବୀ ଆୟୋଗର ବୈଜ୍ଞାନିକମାନେ କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆମେ ଆମର ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ନୁହଁନ୍ତି। ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀର ପ୍ରତ୍ୟେକ ପରିବର୍ତ୍ତନକୁ ସଂଗଠିତ କରିବାର ସମୟ ଆସିଛି। ସନ୍ତୁଳନ ବଜାୟ ରଖି ଆମେ କିଛି ସମୟ ପାଇଁ ବିପଦକୁ ଏଡ଼ାଇ ପାରିବା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories