www.samajalive.in
Saturday, December 6, 2025
16.1 C
Bhubaneswar

ପୃଥିବୀ ଘୂର୍ଣ୍ଣନର ବେଗ ବଦଳୁଛି: ହେବ କି ବିପଦର କାରଣ?

ନ୍ୟୁୟର୍କ: ଆମେ ଜାଣିଛୁ ପୃଥିବୀ ନିଜ ଚାରିପଟେ ଥରେ ଘୁରିବାକୁ ୮୬,୪୦୦ ସେକେଣ୍ଡ ବା ୨୪ ଘଣ୍ଟା ସମୟ ନେଇଥାଏ। କିନ୍ତୁ ଏହା ମଧ୍ୟ ସତ ଯେ ପୃଥିବୀ ସବୁ ସମୟରେ ସଠିକ ଏବଂ ସମାନ ଗତିରେ ଘୁରିନଥାଏ। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ପୃଥିବୀର ଘୂର୍ଣ୍ଣନ ବେଗକ କିଛି ପରିମାଣରେ ମନ୍ଥର ହୋଇଛି। ସେଥିପାଇଁ ଦିନର ଅବଧି ପ୍ରତି ଶହେବର୍ଷରେ ୧.୮ ମିଲିସେକେଣ୍ଡ ବୃଦ୍ଧିପାଉଛି। ଏହା ଅର୍ଥ ୬୦୦ ନିୟୁତ ପୂର୍ବରୁ ପୃଥିବୀରେ ଗୋଟିଏ ଦିନ ୨୧ ଘଣ୍ଟା ଥିଲା। ବୈଜ୍ଞାନିକଙ୍କ କହିବା କଥା ଯେ ଦିନର ଅବଧି ଭିନ୍ନ ଭିନ୍ନ ହେବା ପଛରେ ବହୁ କାରଣ ରହିଛି। ସେଥିମଧ୍ୟରେ ସୂର୍ଯ୍ୟ ଓ ଚନ୍ଦ୍ର ଭାବରେ ସମୁଦ୍ରରେ ଉଠୁଥିବା ଜୁଆର, ପୃଥିବୀ ଅଭ୍ୟନ୍ତରରେ ଘଟୁଥିବା ଭୂତାତ୍ତ୍ୱିକ ପରିବର୍ତ୍ତନ ଏବଂ ଭୂପୃଷ୍ଠରେ ଜଳ, ସ୍ଥଳ, ଜଙ୍ଗଲ, ପ୍ରାଣୀ ଆଦିଙ୍କର ଅବସ୍ଥିତି ପରିମାଣରେ ଭିନ୍ନତା ଆଦି ଅନ୍ତର୍ଭୁକ୍ତ। ତାହାସହିତ ପାଣିପାଗ, ସମୁଦ୍ର ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟ ଏହାର ଘୂର୍ଣ୍ଣନ ବେଗକୁ ପ୍ରଭାବିତ କରୁଛି। ୨୦୨୦ରେ ବୈଜ୍ଞାନିକମାନେ ଚକିତ କଲାଭଳି ଏକ ତଥ୍ୟ ସମ୍ମୁଖକୁ ଆଣିଥିଲେ। ସେମାନେ କହିଥିଲେ, ପୃଥିବୀର ଘୂର୍ଣ୍ଣନ ବେଗ ବହୁବର୍ଷ ଧରି ମନ୍ଥର ହେଉଥିବାବେଳେ ଏବେ ତାହା ଦ୍ରୁତ ଗତିରେ ଘୁରିବା ଆରମ୍ଭ କରିଛି। ଗତ ୫୦ ବର୍ଷ ମଧ୍ୟରେ ଏହି ଘଟଣା ଘଟୁଥିବା ଜଣାଯାଇଛି। ଏହାର ପ୍ରକୃତ କାରଣ କଣ ତାହା ସେମାନେ ଏପର୍ଯ୍ୟନ୍ତ ଜାଣିପାରିନାହାନ୍ତି। କିନ୍ତୁ କେତେକ ମତ ଦେଇଛନ୍ତି ଯେ ମେରୁ ଅଞ୍ଚଳରେ ବରଫ ତରଳିବା ଏହାର ଏକ କାରଣ ହୋଇଥାଇପାରେ। ସେମାନେ ଏହା ମଧ୍ୟ କହିଛନ୍ତି ଯେ ପୃଥିବୀର ଘୂର୍ଣ୍ଣନ ବେଗ ବୃଦ୍ଧିପାଇବା ଏକ ସାମୟିକ ଘଟଣା। ଭବିଷ୍ୟତରେ ଏହା ପୁଣି ସ୍ୱାଭାବିକ ଗତିକୁ ଫେରିଆସିବ। ପୃଥିବୀ ଘୂର୍ଣ୍ଣନ ଗତିରେ ପରିବର୍ତ୍ତନ ଆମର ନିତିଦିନିଆ ଜୀବନ ଉପରେ ସେଭଳି ଗୁରୁତର ପ୍ରତିକୂଳ ପ୍ରଭାବ ନପକାଇଲେ ମଧ୍ୟ ଜିପିଏସ ସାଟେଲାଇଟ, ସ୍ମାର୍ଟଫୋନ, କଂପ୍ୟୁଟର ଏବଂ ଯୋଗାଯୋଗ ନେଟୱର୍କ ଆଦି ଉପରେ ଏହା ବଡଧରଣର ପ୍ରଭାବ ପକାଇବା ଆଶଙ୍କା ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories