www.samajalive.in
Friday, December 12, 2025
26.1 C
Bhubaneswar

କଣ୍ଟାମାଳ ହେବ କାହାର, କିଏ ମାରିବ ବାଜି?

ମନମୁଣ୍ଡା: ସର୍ବାଧିକ ରାଜନୈତିକ ଗତିବିଧି ଦେଖାଦେଉଥିବା ଅଂଚଳ ହେଲା ବୌଦ୍ଧ ଜିଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳିୀ। କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ। ମାତ୍ର ଭୋଟରଙ୍କୁ ଚର୍ଚ୍ଚା ଖୋରାକ ଯୋଗାଇଛନ୍ତି ବିଜେଡି ଓ ବିଜେପି। ତେଲନଦୀରେ ବିଗତ ୫ ବର୍ଷ ମଧ୍ୟରେ କେତେ ଯେ ପାଣି ବହିଯାଇଛି ତା’ର ହିସାବ କାହା ପାଖରେ ନାହିଁ । ମାତ୍ର ବିଜେଡି ଓ ବିଜେପି ଦଳ ମଧ୍ୟରେ ବିଗତ ୫ ବର୍ଷ ମଧ୍ୟରେ କେତେ ରାଜନୈତିକ ପାଣିପାଗ ଓ ନେତାଙ୍କ ଗତି ବଦଳିଛି ତା’ର ହିସାବ କିନ୍ତୁ ଭୋଟରଙ୍କ ପାଖରେ ରହିଛି।

ବୌଦ୍ଧ ଜିଲାରେ ପ୍ରାର୍ଥୀପତ୍ର ଦାଖଲ ସହ ଯାଞ୍ଚ ପ୍ରକ୍ରିୟା ସରିଯାଇଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାରେ ବିଜେଡିରୁ ମହିଧର ରଣା, ବିଜେପିରୁ କହ୍ନେଇ ଚରଣ ଡ଼ାଙ୍ଗ, କଂଗ୍ରେସରୁ ସରୋଜ କୁମାର ପ୍ରଧାନ, ମାନସ ଲୋକ ଶକ୍ତି ପାର୍ଟିରୁ କୁଞ୍ଜ ବିହାରୀ ସିଂ, ସ୍ଵାଧୀନ ପ୍ରାର୍ଥୀ  ଭାବେ ସତ୍ୟବ୍ରତ ସାହୁ ଓ ସୁଧାଂଶୁ ଡ଼ାଙ୍ଗଙ୍କୁ ମିଶାଇ ମୋଟ ୬ ଜଣ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି।

- Advertisement -

ଏବେ କଣ୍ଟାମାଳରେ ନିର୍ବାଚନ ଉଷ୍ମତା ବୃଦ୍ଧି ପାଉଛି । ନିର୍ବାଚନୀ ଉଷ୍ମତା , ୪୪ ଡିଗ୍ରୀ ତାପମାତ୍ରାର ଉଷ୍ମତା କୁ ମଧ୍ୟ ଫିକା କରିବାରେ ଲାଗିଛି । ବିଜେଡି ନବୀନ ପଟ୍ଟନାୟକ ଙ୍କ ବିକାଶ କାର୍ୟ୍ୟ କୁ ଆଧାର କରି ଭୋଟ ପ୍ରଚାର କରୁଛି ଏବଂ ବର୍ତ୍ତମାନ ର ବିଧାୟକ ମହିଧର ରଣା ତାଙ୍କ ସମୟରେ ନିର୍ବାଚନ ମଣ୍ଡଳୀରେ କରିଥିବା ଅନେକ ଉନ୍ନତିମୂଳକ କାମକୁ ନେଇ ହ୍ୟାଟ୍ରିକ ବିଜୟ ହେବାକୁ ଆଶା ବାନ୍ଧି ଛନ୍ତି।

ବିଜେପି ମୋଦୀ ଲହର ଓ ପରିବର୍ତ୍ତନର ନାରା ଦେଇ ବିଜୟ ମୁକୁଟ ପିନ୍ଧିବାକୁ ପ୍ରସ୍ତୁତ ହୋଇ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ବିରୋଧରେ ରହିଥିବା ଅସନ୍ତୋଷର ଫାଇଦା ନେବାର ଉଦ୍ୟମ କରାଯାଉଛି। ତେବେ କଣ୍ଟାମାଳ କାହାର ହେବ ଏବଂ ଏଠାରେ ବାଜି କିଏ ମାରୁଛି ତାହା ଜୁନ ୪ ତାରିଖରେ ହିଁ ଜଣା ପଡିବ। ଶାସକ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ। ଏହି ନିର୍ବାଚନ ମଣ୍ଡଳୀ ରେ ମୋଟ ୬ ଜଣ ପ୍ରାର୍ଥୀ ଥିବାବେଳେ ମୁଖ୍ୟତଃ ବିଜେଡି, ବିଜେପି ମଧ୍ୟରେ ପ୍ରବଳ ଲଢେଇ ହେବ। କଂଗ୍ରେସ ଅପେକ୍ଷାକୃତ ଦୁର୍ବଳ ରହିଛି । କିନ୍ତୁ ପୂର୍ବାପେକ୍ଷା ଭଲ କରିବ ବୋଲି କଂଗ୍ରେସ ତରଫରୁ କୁହାଯାଇଛି। ତେବେ ଏହା ନିଶ୍ଚିତ ଯେ ନିର୍ଵାଚନ ରଣାଙ୍ଗନରେ ଯୁଦ୍ଧ ଭୟଙ୍କର ହେବ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories