www.samajalive.in
Saturday, December 13, 2025
26.1 C
Bhubaneswar

ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ଆଶୀର୍ବାଦ ଶୋଭାଯାତ୍ରା

କଳାପଥର(ବାଙ୍କୀ): ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ରଗଡ଼ି ଗ୍ରାମପଞ୍ଚାୟତରେ ଆଶୀର୍ବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ପଂଚାୟତର ଘର ଘର ବୁଲି ଭୋଟ୍ ଭିକ୍ଷା କରିବା ସହ ଲୋକମାନଙ୍କର ଆଶୀର୍ବାଦ ଲୋଡିଛନ୍ତି । ଆଗାମୀ ୨୫ତାରିଖ ନିର୍ବାଚନରେ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ରଗଡ଼ି ସମିତି ସଭ୍ୟ ତଥା ଯୁବନେତା ଭାଗୀରଥି ପାଣି, ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, ସରପଞ୍ଚ ବିଜୟ ଲକ୍ଷ୍ମୀ ମହାନ୍ତି, ରଗଡି ସେବା ସମବାୟ ସଭାପତି ଉଦ୍ଦିପ୍ତ ପଟ୍ଟନାୟକ, ଯୁବନେତା ରଂଜନ ରଣା, ଛାତ୍ର ବିଜେଡି ସଭାପତି ବ୍ରଜବଲ୍ଲଭ କର, ଶ୍ରୀନିବାସ ବେହେରା, ସରକାରୀ ଓକିଲ ପ୍ରଦୀପ ପୃଷ୍ଟି, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ସମରେନ୍ଦ୍ର ମହାପାତ୍ର ପ୍ରମୁଖ ବହୁ ନେତା ଏବଂ କର୍ମୀ ଯୋଗଦେଇଥିଲେ । ସେହିପରି ହରିରାଜପୁର ପଂଚାୟତରେ ଆଜି ବାଙ୍କୀ ବିଜୁ ଜନତା ଦଳ ପକ୍ଷରୁ ଏକ ଆଶୀର୍ବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଘରକୁ ଘର ବୁଲି ଭୋଟ୍ ଦେବାପାଇଁ ଲୋକମାନଙ୍କୁ ଅନୁରୋଧ କରିବା ସହ ଲୋକମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଡମପଡ଼ା ବ୍ଲକ ବିଜେଡି ସଭାପତି ଆର୍ତ୍ତତ୍ରାଣ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ନାୟକ, କେନ୍ଦ୍ର ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, ସନ୍ତୋଷ ମହାପାତ୍ର, ଅଜୟ ନାୟକ ପ୍ରଭୃତି ବହୁ ଆଗଧାଡିର କର୍ମୀ ଏବଂ ନେତାମାନେ ସାମିଲ୍ ହୋଇ ଆଗାମୀ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories