www.samajalive.in
Saturday, December 13, 2025
26.1 C
Bhubaneswar

କାଳ ହେଲା ପାଇଖାନା ଟାଙ୍କି ସଫେଇ, ଚାଲିଗଲା ୪ ଜୀବନ

ଲକ୍ଷ୍ନୌ: ପାଇଖାନା ଟାଙ୍କି ସଫା କରୁଥିବାବେଳେ ଚାଲିଗଲା ୪ ଜଣଙ୍କ  ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଚନ୍ଦୌଲି ଜିଲା ଅନ୍ତର୍ଗତ କୋତୱାଲି ଅଞ୍ଚଳରେ। ପାଇଖାନା ଟାଙ୍କି ସଫା କରିବା ସମୟରେ ବିଷାକ୍ତ ଗ୍ୟାସ କବଳରେ ଆସି ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଧବାର ରାତିରେ କୋତୱାଲି ଅଞ୍ଚଳର ଭରତଲାଲ ଜୟସୱାଲ ନାମକ ବ୍ୟକ୍ତିଙ୍କ ଘରର ପାଇଖାନା ଟାଙ୍କି ସଫା ହେଉଥିଲା। ୩ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ। ମାତ୍ର ଟାଙ୍କି ସଫେଇ କରିବା ସମୟରେ ବିଷାକ୍ତ ଗ୍ରାସ ପ୍ରଭାବରେ ଆସି ଶ୍ରମିକମାନେ ଚେତାଶୂନ୍ୟ ହୋଇ ଟାଙ୍କି ଭିତରକୁ ଖସିପଡ଼ିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବକ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ। ସେ ବି ଆଉ ବାହାରି ନ ଥିଲେ। ପରେ ସ୍ଥାନୀୟ ଲୋକେ ଖବର ପାଇ ସେଠାରେ ପହଞ୍ଚି ସମସ୍ତଙ୍କୁ ଟାଙ୍କିରୁ ବାହାର କରିଥିଲେ। ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟ ଜଣଙ୍କୁ ଟ୍ରମା ସେଣ୍ଟରକୁ ନିଅଯାଇଥିଲା। ହେଲେ ସେତେବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା। ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।

- Advertisement -

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଉକ୍ତ ଟାଙ୍କିଟି ୧୨ ଫୁଟ ଗଭୀର ଥିଲା। ଶ୍ରମିକମାନେ ଅଧା ଟାଙ୍କି ସଫା କରିସାରିଥିଲେ। ଏହା ପରେ ସେମାନେ ବିଷାକ୍ତ ଗ୍ୟାସର ଶିକାର ହୋଇଥିଲେ ବୋଲି ଲୋକେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories