www.samajalive.in
Sunday, December 7, 2025
23.1 C
Bhubaneswar

ସାବାଡ଼ ହେବେ ଅନ୍‌ଲାଇନ ଠକ, ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ସାବାଡ଼ ହେବେ ଅନଲାଇନ ଠକ। ମୋବାଇଲ ଉପଭୋକ୍ତାଙ୍କୁ ବେନାମୀ ନମ୍ବରରୁ ଲିଙ୍କ୍‌ ପଠାଇ କିମ୍ବା କଲ୍‌ କରି ଓଟିପି ନେଇ ଠକେଇ କରୁଥିବା ସାଇବର ଅପରାଧୀଙ୍କୁ ସାବାଡ଼ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ମୋବାଇଲ ଫୋନ ଜରିଆରେ ଅନଲାଇନରେ ଫ୍ରଡ୍‌ କରୁଥିବା ଅପରାଧୀଙ୍କ ସିମ୍‌ କାର୍ଡ ବ୍ଲକ କରିଦେଉଥିଲେ ସରକାର। ଏଣିକି ସିମ୍‌ କାର୍ଡ ସହିତ ମୋବାଇଲ ଫୋନ୍‌କୁ ବି ବ୍ଲକ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ସାଇବର ଅପରାଧୀମାନେ ଅଜଣା ନମ୍ବରରୁ ବିଭିନ୍ନ ମୋବାଇଲ ଉପଭୋକ୍ତାଙ୍କୁ ଲୋଭନୀୟ ଅଫର ଦେଖାଇ ଲିଙ୍କ ପଠାଇଥାନ୍ତି। ସେହି ଲିଙ୍କ୍‌ ଉପରେ କ୍ଲିକ କରିବା ପରେ କିଛି ତଥ୍ୟ ଦେବାକୁ ପଡ଼ିଥାଏ। ଏହାର କିଛି ସମୟ ପରେ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଏ। ସେହିପରି ବିଭିନ୍ନ ଆଳ ଦେଖାଇ ଅନଲାଇନ ଠକମାନେ ଲୋକଙ୍କଠାରୁ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ନେଇ ଆକାଉଣ୍ଟରୁ ଟଙ୍କା ଚୋରି କରି ନେଇଥାନ୍ତି। ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏପରି ଠକେଇର ଶିକାର ହେଉଛନ୍ତି। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଜାଲ୍‌ କାଗଜପତ୍ରରେ ସିମ୍‌ ବିକ୍ରୟ ଉପରେ କଟକଣା ଲଗାଇଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇନାହିଁ। ବର୍ତ୍ତମାନ ସରକାର ଠକେଇରେ ବ୍ୟବହାର ହେଉଥିବା ସିମ୍‌କୁ ବନ୍ଦ କରିବା ସହିତ ଉକ୍ତ ସିମ୍‌ ପଡ଼ିଥିବା ମୋବାଇଲ ଫୋନକୁ ବି ବ୍ଲକ କରିବା ଆରମ୍ଭ କରିଦେଇଛନ୍ତି।

- Advertisement -

ମିଳିଥିବା ସୂଚନା ଅନୁସାରେ, ଅନ୍‌ଲାଇନ ଠକଇରେ ବ୍ୟବହାର ହୋଇଥିବା ୧୦, ୮୩୪ ସିମ୍‌କୁ ବ୍ଲକ କରିଦିଆଯାଇଛି। ତା’ ସହିତ ୩୪୮ଟି ମୋବାଇଲ୍‌ ଫୋନକୁ ମଧ୍ୟ ବ୍ଲକ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଅନଲାଇନ ଠକେଇ କରୁଥିବା ସାଇବର ଅପରାଧୀଙ୍କ ଉପରେ ଲଗାମ ଲଗାଇବାରେ ଅନେକ ମାତ୍ରାରେ ସଫଳ ହେବ ବୋଲି ଅନୁମାନ କରାଯାଉଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories