www.samajalive.in
Sunday, December 7, 2025
13.1 C
Bhubaneswar

ଖରାପ ଅମ୍ପାୟାରିଂ ପାଇଁ ବଦନାମ ହେଉଛି ଆଇପିଏଲ !

ସମାଜଲାଇଭ ଡେସ୍କ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବିଶ୍ଵର ସବୁଠୁ ମହଙ୍ଗା ଟି-୨୦ କ୍ରିକେଟ୍‌ ଲିଗ୍‌। ବିଶ୍ଵ କ୍ରିକେଟର ବଡ଼ ବଡ଼ ଖେଳାଳି ଏହି ଟୁର୍ନାମେଣ୍ଟ ପାଇଁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ନିଲାମ ସମୟରେ ଫ୍ରାଞ୍ଚାଇଜିମାନେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରନ୍ତି। ଗ୍ରାଣ୍ଡ ଓପନିଂ ଏବଂ କ୍ଲୋଜିଂ ସେରିମନି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଏ। ଯାହାଫଳରେ ଏହାର ବେଶ୍‌ ଲୋକପ୍ରିୟତା ରହିଛି। କିନ୍ତୁ ଏତେ ଅର୍ଥ ଖର୍ଚ୍ଚ ସତ୍ବେ ମ୍ୟାଚରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଥିବା ଅମ୍ପାୟାରଙ୍କ ଖରାପ ନିଷ୍ପତ୍ତି ଯୋଗୁ ଆଇପିଏଲ ବଦ୍‌ନାମ ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ।

ମ୍ୟାଚ୍‌ଟି ଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିଲା। ଏହା ଦିଲ୍ଲୀ କ୍ୟାପିଟାଲ୍ସର ହୋମ୍‌ ଗ୍ରାଉଣ୍ଡ। ତେବେ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (ଆରଆର)ର ବ୍ୟାଟିଂ ସମୟରେ ଅମ୍ପାୟାରଙ୍କ ୨ଟି ଖରାପ ନିଷ୍ପତ୍ତିକୁ ନେଇ କ୍ରିକେଟ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

- Advertisement -

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ ୨୦ ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୨୧ ରନ୍‌ ସଂଗ୍ରହ କରିଥିଲା। ୨୨୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମ୍‌ସନ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ଦଳକୁ ବିଜୟପଥରେ ନେଇଯାଉଥିବାବେଳେ ୧୬ ଓଭରରେ ଅମ୍ପାୟାରଙ୍କ ଏକ ଖରାପ ନିଷ୍ପତ୍ତି ଯୋଗୁ ଆଉଟ୍‌ ହୋଇ ପ୍ୟାଭିଲିଅନକୁ ଫେରିଯାଇଥିଲେ।

ଘଟଣାଟି ଥିଲା ଏପରି: ୧୬ଶ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସର ମୁକେଶ କୁମାର ବୋଲିଂ ଭାର ସମ୍ଭାଳିଥିଲେ। ୪ର୍ଥ ବଲ୍‌ରେ ସଞ୍ଜୁ ତାଙ୍କୁ ଏକ ବଡ ଶଟ୍‌ ମାରିଥିଲେ, ଯାହାକୁ ବାଉଣ୍ଡ୍ରିରେ କ୍ୟାଚ କରି ନେଇଥିଲେ ସାଇ ହୋପ୍‌। ତେବେ ସାଇ କ୍ୟାଚ୍‌ ନେବା ବେଳେ ସେ ୨/୩ ପାଦ ବାଉଣ୍ଡ୍ରି ଆଡକୁ ଚାଲିଯାଇଥିଲେ। ପରେ ନିଜକୁ ବାଲାନ୍ସ କରି କ୍ୟାଚ୍‌ଟିକୁ ଧରିଥିଲେ। ମାତ୍ର ତାଙ୍କ ପାଦ ବାଉଣ୍ଡ୍ରି ଲାଇନ୍‌ର ଅତି ନିକଟରେ ରହିଥିବା ଦେଖିବାକୁ ମିଳିଥିଲା। ଥାର୍ଡ ଅମ୍ପାୟାର ଗୋଟିଏ ଫୁଟେଜ ଯାଞ୍ଚ କରି ଆଉଟ୍‌ ନିର୍ଦେଶ ଦେଇଥିଲେ। କିନ୍ତୁ ଏଥିରେ ସଞ୍ଜୁ ଖୁସି ନ ଥିଲେ। ସେ ପ୍ରଥମେ କିଛି ବାଟ ଚାଲିଯାଇଥିଲେ। ତା’ ପରେ ଫେରି ପୁନଃ ଯାଞ୍ଚ ପାଇଁ ଅମ୍ପାୟାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଅମ୍ପାୟାର ସିଧାସଳଖ ମନା କରିଦେଇଥିଲେ। ସଞ୍ଜୁଙ୍କ କଥା ଶୁଣି ନ ଥିଲେ। ଏହାକୁ ନେଇ ସଞ୍ଜୁ ଏବଂ ଅମ୍ପାୟାରଙ୍କ ମଧ୍ୟରେ କିଛି ସମୟ ବାର୍ତ୍ତାଳାପ ହୋଇଥିଲା। ମାତ୍ର ପଡ଼ିଆରେ ୩୫ରୁ ଅଧିକ କ୍ୟାମେରା ବିଭିନ୍ନ ଆଙ୍ଗଲରେ ଖଞ୍ଜାଯାଇଛି। ଥାର୍ଡ ଅମ୍ପାୟାର ସବୁ ଆଙ୍ଗଲରୁ ଫୁଟେଜ ଯାଞ୍ଚ ନ  କରି ତରବରିଆ ଭାବେ କିପରି ନିଷ୍ପତ୍ତି ନେଲେ ବୋଲି ବହୁ କ୍ରିକେଟ ପ୍ରେମୀ ପ୍ରଶ୍ନ କରିଛନ୍ତି।

ସେହିପରି ୧୯ତମ ଓଭରର ଶେଷ ବଲ୍‌ରେ ଅମ୍ପାୟାର ପୁନର୍ବାର ଏକ ଖରାପ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀର  ଦ୍ରୁତ ବୋଲର ରସିକ ସଲାମ ଦାର ରୋଭମେନ୍‌ ପାୱେଲଙ୍କୁ ଅଫସାଇଡ୍‌ ବାହାରେ ଏକ ବଲ ପକାଇଥିଲେ, ଯାହାକୁ ୱାଇଡ୍‌ ଦିଆଯିବାର ଥିଲା। କିନ୍ତୁ ଅମ୍ପାୟାର ତାହା ଦେଇ ନ ଥିଲେ। ରିପ୍ଲେରେ ଏହା ଏକ ୱାଇଡ୍‌ ବଲ୍‌ ବୋଲି ଜଣାପଡ଼ୁଥିଲେ ହେଁ ଅମ୍ପାୟାର ଠିକ୍‌ ନିଷ୍ପତ୍ତି ନେଇ ନ ଥିଲେ। ଏହାକୁ ନେଇ ମଧ୍ୟ ରାଜସ୍ଥାନ ରୟାଲ୍ସ ଶିବିରରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories