www.samajalive.in
Sunday, December 14, 2025
23.1 C
Bhubaneswar

ବିଶ୍ଵବଜାରରୁ କରୋନା ଟିକା ଫେରାଇନେବା ଆରମ୍ଭ କଲା ଆଷ୍ଟ୍ରାଜେନେକା

ନୂଆଦିଲ୍ଲୀ: ସାରା ବିଶ୍ଵରୁ କରୋନା ଟିକା ‘ଭାକ୍ସେଭେରିଆ’ ଫେରାଇନେବା ଆରମ୍ଭ କରିଛି ଆଷ୍ଟ୍ରାଜେନେକା । କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ କୋର୍ଟରେ ଏହା ସ୍ବୀକାର କରିଥିଲା । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରିଟେନର ଏହି ଫାର୍ମା କମ୍ପାନୀ ପକ୍ଷରୁ ସାରା ବିଶ୍ଵରୁ ଏହାର ଟିକାକୁ ଫେରାଇନେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।

ଏହି କୋଭିଡ-୧୯ ଟିକା ଦ୍ବାରା ମଣିଷ ଶରୀରରେ ଥ୍ରୋମ୍ବୋସିସ ସହିତ ଥ୍ରୋମ୍ବୋସାଇଟୋପେନିଆ ସିନ୍‌ଡ୍ରୋମ (ଟିଟିଏସ) ଭଳି ପାର୍ଶ୍ବପ୍ରତିକ୍ରିୟା ଦେଖାଦେଉଥିବା କମ୍ପାନୀ କୋର୍ଟରେ ସ୍ବୀକାର କରିଥିଲା । କମ୍ପାନୀ କହିଛି ଯେ, କରୋନା ସମୟରେ ଅନେକ ଟିକା ବଜାରକୁ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପର୍ଯ୍ୟାପ୍ତ ସମୟ ମିଳିବାରୁ ନୂଆ ବିକଶିତ ଟିକା ବଜାରକୁ ଆସିଛି । ଏହା ଏବେ ପ୍ରଚୁର ପରିମାଣରେ ଉପଲବ୍ଧ ରହିଛି । ତେଣୁ ପ୍ରଥମରୁ ବଜାରକୁ ଛଡ଼ାଯାଇଥିବା ଟିକାକୁ ପ୍ରତ୍ୟାହାର କରିନିଆଯାଉଛି ।

- Advertisement -

ସୂଚନାଯୋଗ୍ୟ, ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ସହିତ ମିଶି କରୋନା ଟିକା ପ୍ରସ୍ତୁତ କରୁଥିଲା । ଏହି କମ୍ପାନୀର ଟିକା ନେବା ପରେ ଲୋକଙ୍କ ମୃତ୍ୟୁ ଘଟୁଥିବା ନେଇ ସାଂଘାତିକ ଅଭିଯୋଗ ହେବା ସହିତ ଏ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଆଷ୍ଟ୍ରାଜେନେକା ଭାରତରେ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ) ସହିତ ମିଶି କୋଭିଶିଲ୍ଡ ଟିକା ତିଆରି କରିଥିଲା । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ କୋଭିଶିଲ୍ଡ ଟିକା ତିଆରି କରି ଭାରତ ସରକାରଙ୍କୁ ଯୋଗାଉଥିଲା। କୋଭିଶିଲ୍ଡ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories