ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର
ସମ୍ବଲପୁର: ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି ବୋଲି ମଙ୍ଗଳବାର ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପୁରମାନପୁରରେ ଆୟୋଜିତ ପଦଯାତ୍ରାରେ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାୟକଙ୍କ ପାଇଁ ପ୍ରଚାର କରିଛନ୍ତି। ରାଣୀଖିଣ୍ଡା ଓ ଠେଲକୋଲୋଇରେ ଆୟୋଜିତ ଜନସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୪ ବର୍ଷର ସରକାରରେ ରେଙ୍ଗାଲି ଅବହେଳିତ।
ବିଜେପିର ସଂକଳ୍ପ ପତ୍ର ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅବଗତ କରାଇବା ସହ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।
Comments are closed.