www.samajalive.in
Wednesday, December 10, 2025
23.1 C
Bhubaneswar

ନେତାମାନେ ପରାଜୟର ଉତ୍ତରଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ:ଗଡ଼କରୀ

ପୁନେ: କେନ୍ଦ୍ରୀୟ ନେତୃତ୍ୱ ଉଭୟ ସଫଳତା ଓ ବିଫଳତାକୁ ନିଜ ମୁଣ୍ଡକୁ ନେବା ଆବଶ୍ୟକ। ତିନି ରାଜ୍ୟରେ ବିଜେପିର ପରାଜୟ ପରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡ଼କରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ପୁନେ ଜିଲା ଅର୍ବାନ୍‍ କୋଅପରେଟିଭ୍‍ ବ୍ୟାଙ୍କ ଆସୋସିଏସନ୍‍ ଲିମିଟେଡ୍‍ ଦ୍ୱାରା ଆୟୋଜିତ ଏକ ସମାରୋହରେ ଯୋଗଦେଇ ଗଡ଼କରୀ କହିଛନ୍ତି ଯେ ପରାଜୟ ପରେ କୌଣସି ନେତା ଏହାର ଉତ୍ତରଦାୟିତ୍ୱ ନେବାକୁ ଚାହୁଁନାହାନ୍ତି। ସଫଳତାର ଶ୍ରେୟ ନେବାକୁ ଅନେକ ଲାଳାୟିତ କିନ୍ତୁ ବିଫଳତାର ପ୍ରଶ୍ନ ଉଠିଲେ ଜଣେ ଅନ୍ୟ ଜଣଙ୍କ ଉପରକୁ ଅଙ୍ଗୁଳି ଉଠାଇଥାନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ର ଭଳି ରାଜନୀତି କ୍ଷେତ୍ରରେ ମଧ୍ୟ ଉଭୟ ସଫଳତା ଓ ବିଫଳତା ଲାଗି ରହିଛି। କିନ୍ତୁ କେବଳ ବିଫଳତା ପାଇଁ ତଦନ୍ତ ପାଇଁ କମିଟି ଗଠନ କରାଯାଏ। ସଫଳତା ପାଇବା ପରେ କେହି ପ୍ରଶ୍ନ କରନ୍ତି ନାହିଁ। ଜଣେ ପ୍ରାର୍ଥୀଙ୍କ ପରାଜୟର କାରଣ ତାଙ୍କର ଲୋକପ୍ରିୟତା ହ୍ରାସ କିମ୍ବା ଦଳର କୌଣସି ତ୍ରୁଟି ହୋଇଥାଇପାରେ। କିନ୍ତୁ ପରାଜିତ ପ୍ରାର୍ଥୀମାନେ ସବୁବେଳେ ଦଳୀୟ ଅସହଯୋଗକୁ ଦାୟୀ କରିଥାନ୍ତି।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories