www.samajalive.in
Wednesday, December 10, 2025
16.1 C
Bhubaneswar

ଇଣ୍ଡୋନେସିଆରେ ସୁନାମୀ: ୨୨୨ ମୃତ, ୮୦୦ରୁ ଊର୍ଦ୍ଧ୍ବ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ସୁନାମୀ ଆସିଛି। ଏଥିରେ ମୃତ୍ୟୁ ସଂଖ୍ୟା ୨୨୨କୁ ବୃଦ୍ଧି ପାଇଥିବାବେଳେ ୮୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।
ସ୍ଥାନୀୟ ସମୟ ରାତି ୯.୩୦ ମିନିଟ ସମୟରେ ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଓ ପଶ୍ଚିମ ଜାଭା ନିକଟ କ୍ରାକୋଟାଠାରେ ସୁନାମି ଆସିଥିଲା। ସମୁଦ୍ର ପତ୍ତନ ଭୟଙ୍କର ଭାବେ ବୃଦ୍ଧି ପାଇ ଜୁଆର ଉପକୂଳ ଲଂଘି ସହର ଭିତରକୁ ମାଡ଼ି ଆସିଥିଲା। ସମୁଦ୍ର ଜୁଆରରେ ଶହ ଶହ ଘର ଭାସି ଯାଇଥିଲା। ସୁନାମି ପ୍ରଭାବରେ ୨୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କେବଳ ପାଣ୍ଡେଗଲାଙ୍ଗ ଜିଲାରେ ୩୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୯୧ ଜଣ ଆହତ ହୋଇଛନ୍ତି। ରାସ୍ତାଘାଟ, ଆବାସିକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାସ୍ତାଘାଟରେ ଭଗ୍ନାବଶେଷ ପଡ଼ି ରହିଛି। ବଡ଼ ବଡ଼ ଗଛ ତଳେ ଯାନବାହନ ଚାପି ହୋଇ ରହିଥିବା ଦେଖାଯାଇଛି। ଆଗ୍ନେୟଗିରିରୁ ଅଗ୍ନି ଉଦ୍‍ଗୀରଣ ଯୋଗୁଁ ସୁନାମି ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ସେଠାରେ ପୁଣି ଏକ ସୁନାମୀ ଆସିପାରେ ବୋଲି ଆଶଙ୍କା କରାଯାଉଥିବାରୁ ପ୍ରଭାବିତ ଓ ଆଖପାଖ ଅଞ୍ଚଳକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି।

‘ପାସିଫିକ୍‍ ରିଙ୍ଗ ଅଫ୍‍ ଫାୟାର’ ରୂପେ ଜଣାଶୁଣା ଇଣ୍ଡୋନେସିଆର ଟେକ୍ଟୋନିକ୍‍ ପ୍ଲେଟ୍‍ର କ୍ରମାଗତ ସ୍ଫଳନ ଯୋଗୁଁ ସେଠାରେ ବିଶ୍ୱର ସର୍ବାଧିକ ପରିମାଣର ଭୂକମ୍ପ, ସୁନାମୀ ଓ ଆଗ୍ନେୟ ଉଦ୍‍ଗୀରଣ ପରି ଘଟଣା ଘଟୁଛି। ଗତ ଅକ୍ଟୋବରରେ ଆସିଥିବା ଭୂକମ୍ପ ଓ ସୁନାମୀରେ ଅନ୍ୟୁନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦୪ରେ ସୁମାତ୍ରାରେ ସୃଷ୍ଟ ସୁନାମୀ ସୁମାତ୍ରାରେ ୨ ଲକ୍ଷ ୨୦ ହଜାର ଓ ଇଣ୍ଡୋନେସିଆରେ ୧ ଲକ୍ଷ ୬୮ ହଜାର ପ୍ରାଣ ନେଇଥିଲା।
୧୮୮୩ରେ ଏକ ଭୟଙ୍କର ସାମୁଦ୍ରିିକ ସଂଘାତରୁ ଆନାକ କ୍ରାକୋଟାର ସୃଷ୍ଟି ହୋଇଥିଲା। ସେତେବେଳେ ପାଉଁଶ, ପଥର ଓ ଧୂଅାଁ ଆକାଶର ୨୦ କିମି ପର୍ଯ୍ୟନ୍ତ ଉଠିଥିଲା। ସମଗ୍ର ଅଞ୍ଚଳ ଦୀର୍ଘ ଦିନ ପର୍ଯ୍ୟନ୍ତ ଅନ୍ଧାକାରରେ ରହିଥିଲା। ଏହାର ପ୍ରଭାବରେ ବିଶ୍ୱର ଅନେକ ଅଞ୍ଚଳରେ ସୁନାମି ଆସିଥିଲା। ଏହି ଭୟଙ୍କର ଦୁର୍ବିପାକରେ ୩୬ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

Hot this week

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Related Articles

Popular Categories