www.samajalive.in
Saturday, December 13, 2025
21.1 C
Bhubaneswar

ସାରା ଦେଶରେ ଅଗଷ୍ଟରେ 4G ସେବା ଆରମ୍ଭ କରିବ ବିଏସଏନଏଲ୍

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ଅଗଷ୍ଟ ୨୦୨୪ରୁ ସାରା ଦେଶରେ ୪ଜି ସେବା ଆରମ୍ଭ କରିବ । କମ୍ପାନୀ ଏନେଇ ସୂଚନା ଦେଇଛି । ଏହି ସେବା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ବୋଲି ସୂଚନା ଦିଆଯାଇଛି ।

ଏହି ସ୍ବଦେଶୀ ପ୍ରଯୁକ୍ତିବିଦ୍ୟାକୁ ଆଇଟି କମ୍ପାନୀ ଟିସିଏସ୍ ଏବଂ ସି-ଡଟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି । ଏହାକୁ ବ୍ୟବହାର କରି ବିଏସଏନଏଲ୍ ପଞ୍ଜାବରେ ୪ଜି ସେବା ଆରମ୍ଭ କରିଦେଇଛି ଏବଂ ପ୍ରାୟ ୮ ଲକ୍ଷ ଗ୍ରାହକଙ୍କୁ ଯୋଡିବାରେ ସଫଳ ହୋଇଛି ।

ଅକ୍ଷୟ ତୃତୀୟାରେ ଆଣନ୍ତୁ ମା’ଲକ୍ଷ୍ମୀଙ୍କ ପ୍ରିୟ ଜିନିଷ ; ହେବ ଧନବର୍ଷା..

- Advertisement -

ଏହି ୪ଜି ନେଟଓ୍ବର୍କ ୪୦-୪୫ ମେଗାବିଟ୍ ପ୍ରତି ସେକେଣ୍ଡର ସର୍ବାଧିକ ସ୍ପିଡ୍ ଦେବ ବୋଲି ବିଏସଏନଏଲର ଅଧିକାରୀମାନେ ସୂଚନା ଦେଇଛନ୍ତି । ସାରା ଭାରତରେ ୪ଜି ଏବଂ ୫ଜି ସେବା ପାଇଁ ୧.୧୨ ଲକ୍ଷ ଟାଓ୍ବର ଲଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି । କମ୍ପାନୀ ସାରା ଦେଶରେ ୪ଜି ସେବା ପାଇଁ ୯ ହଜାରରୁ ଅଧିକ ଟାଓ୍ବର ସ୍ଥାପନ କରିଛି । ଏଥିରୁ ୬ ହଜାରରୁ ଅଧିକ ଟାଓ୍ବର ପଞ୍ଜାବ, ହିମାଚଳ ପ୍ରଦେଶ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ହରିୟାଣାରେ ଲଗାଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories