www.samajalive.in
Friday, December 12, 2025
16.1 C
Bhubaneswar

କନ୍ଧମାଳ ସଂସଦୀୟ କ୍ଷେତ୍ର-ନାମାଙ୍କନପତ୍ର ପ୍ରତ୍ୟାହାର କଲେ ସ୍ବାଧୀନ ପ୍ରାର୍ଥୀ

ଫୁଲବାଣୀ: କନ୍ଧମାଳ ଲୋକସଭା ଆସନ ସମେତ ଫୁଲବାଣୀ, ବାଲିଗୁଡା, ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ଲୋକସଭା ଆସନ ପାଇଁ ଜଣେ ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିବା ଜଣାପଡିଛି। ସାଂସଦ ପ୍ରାର୍ଥୀ ସୁଶୀଳା ତ୍ରିପାଠୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ବେଳେ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ମଲ୍ଲିକ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।

ସୂଚନାଯୋଗ୍ୟ ଯେ କନ୍ଧମାଳ ଲୋକସଭା ଆସନ ପାଇଁ ସମୂଦାୟ ୧୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ସ୍ବାଧୀନ ପ୍ରାର୍ଥୀ ଫିରୋଜ ଦିଗାଲଙ୍କ ପ୍ରାର୍ଥିପତ୍ର ଖାରଜ ହୋଇ ଯାଇଥିଲା। ସେହିଭଳି ଫୁଲବାଣୀ ବିଧାନସଭା ଆସନ ପାଇଁ କଳିଙ୍ଗ ସେନାର ପ୍ରାର୍ଥୀ ଅନନ୍ତ କହଁରଙ୍କ ନାମାଙ୍କନ ନାକଚ ହୋଇଥିଲା। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଲୋକସଭା ଆସନ ପାଇଁ ସମୂଦାୟ ୮ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିରୁ ଡ.ଅଚ୍ୟୁତାନନ୍ଦ ସାମନ୍ତ, ବିଜେପିରୁ ସୁକାନ୍ତ ପାଣିଗ୍ରାହୀ, କଂଗ୍ରେସରୁ ଅମୀରଚାନ୍ଦ ନାୟକ,ବିଏସପିରୁ ହରିବନ୍ଧୁ ବେହେରା, ମାନସ ଲୋକଶକ୍ତି ଦଳରୁ ଭାଗିରଥି ବଳିଆରସିଂ, ଜାତୀୟ ଜନ ଦଳରୁ ସୁଭାଷ ମହାପାତ୍ର, କଳିଙ୍ଗ ସେନା ପକ୍ଷରୁ ପର୍ଶୁରାମ ପ୍ରଧାନ । ସ୍ୱାଧୀନ ପ୍ରାର୍ଥୀ ଓ କନକ ମଞ୍ଜରୀ ରଥଙ୍କ ନାମାଙ୍କନ କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା କନ୍ଧମାଳ ଜିଲାପାଳ ଆଶୀଷ ଈଶ୍ବର ପାଟିଲ ସୂଚନା ଦେଇଛନ୍ତି।

- Advertisement -

ସେହିଭଳି ଫୁଲବାଣୀ ବିଧାନସଭା ଆସନ ପାଇଁ ସମୂଦାୟ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କଳିଙ୍ଗ ସେନାର ଅନନ୍ତ କହଁରଙ୍କ ପ୍ରାର୍ଥିପତ୍ର ଖାରଜ ହୋଇ ଯାଇଥିଲା। ଆଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପରେ ବିଜେଡିରୁ ଜୟଶ୍ରୀ କହଁର,କଂଗ୍ରେସରୁ ପ୍ରତିଭା କହଁର, ବିଜେପିରୁ ଉମାଚରଣ ମଲ୍ଲିକ, ବିଏସପିରୁ ଦୀପାଞ୍ଜଳୀ କହଁର, ସମାଜବାଦୀ ପାର୍ଟିରୁ ଦେବେନ୍ଦ୍ର କହଁର ଓ ମାନସ ଲୋକଶକ୍ତି ଦଳରୁ ବିଶ୍ବମ୍ବର କହଁର, ସ୍ବାଧୀନ ପ୍ରାର୍ଥୀ ହିମାଂଶୁ କହଁର, ସୁଧାଂଶୁ କହଁର, ଟିକେଶ୍ବର କହଁର ଏବେ ନିର୍ବାଚନ ମୈଦାନରେ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ ସୂଚନା ଦେଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories