www.samajalive.in
Saturday, December 6, 2025
14.1 C
Bhubaneswar

ଇତିହାସ ରଚିଲା ‘ପୁଷ୍ପା ୨’ର ପ୍ରଥମ ଗୀତ

ସମାଜ ଡିଜିଟାଲ ଡେସ୍କ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍‌’କୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମ ସମ୍ବନ୍ଧୀୟ ପ୍ରତିଟି ଛୋଟ ବଡ଼ ଅପ୍‌ଡେଟ୍‌ ଜାଣିବାକୁ ଆଗ୍ରହ ସହକାରେ ଅପେକ୍ଷା କରି ରହିଛନ୍ତି। ନିକଟରେ ନିର୍ମାତା ଫିଲ୍ମର ପ୍ରଥମ ଗୀତ ‘ପୁଷ୍ପା-ପୁଷ୍ପା’ ରିଲିଜ୍‌ କରିଛନ୍ତି। ଏହା ୬ଟି ଭାଷାରେ ରିଲିଜ୍‌ ହୋଇଛି। ଏହି ଗୀତ ଏବେ ଇତିହାସ ରଚିଛି। ‘ପୁଷ୍ପା-ପୁଷ୍ପା’ ଗୀତର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। ମାତ୍ର କିଛି ଦିନରେ ଏହି ଗୀତ ୬ଟି ଭାଷାରେ ୫୦ ମିଲିୟନ ଭ୍ୟୁଜ୍‌ ଅତିକ୍ରମ କରି ନୂଆ ରେକର୍ଡ଼ ସୃଷ୍ଟି କରିଛି।


ପ୍ରତ୍ୟେକ ଭାଷାରେ ଗୀତକୁ ଦର୍ଶକଙ୍କ ଭରପୁର ଭଲପାଇବା ମିଳିଛି। ୬ଟି ଭାଷାରେ ଏହି ଗୀତକୁ ଏପର୍ଯ୍ୟନ୍ତ ୫କୋଟିରୁ ଊର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ମେ’ ୧ରେ ରିଲିଜ୍‌ ହୋଇଥିବା ଏହି ଗୀତରେ ଏପର୍ଯ୍ୟନ୍ତ ହଜାର ହଜାର ରିଲ୍ସ ପ୍ରସ୍ତୁତ ହେଲାଣି। ଇନ୍‌ଷ୍ଟାଗ୍ରାମରେ ମଧ୍ୟ ‘ପୁଷ୍ପା ପୁଷ୍ପା’ ଟ୍ରେଣ୍ଡ୍‌ କରୁଛି। ଜାତୀୟ ପୁରସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦ ଏଥର ମଧ୍ୟ ‘ପୁଷ୍ପା ୨’ର ଏହି ଦମ୍‌ଦାର୍‌ ଗୀତ ତିଆରି କରିଛନ୍ତି, ଯାହା ଲୋକଙ୍କ ମନକୁ ଛୁଇଁଛି। ଏହି ଗୀତ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼, ମାଲାୟାଲମ ଓ ବଙ୍ଗଳା ଭାଷାରେ ରିଲିଜ୍‌ ହୋଇଛି। ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୫ରେ ପରଦାକୁ ଆସିବ ‘ପୁଷ୍ପା ୨: ଦି ରୁଲ୍‌’।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories