www.samajalive.in
Friday, December 5, 2025
26.1 C
Bhubaneswar

ସୋମବାର ରାଶିଫଳ: ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ

ମେଷ: ଏକାନ୍ତରେ ତପ ସାଧନାରୁ ଶାଶ୍ବତ ସୁଖଶାନ୍ତିର ସନ୍ଧାନ ପାଇବେ। ଆକୁଣ୍ଠିତ ଚିତ୍ତରେ ହେବାକୁ ଥିବା ବ୍ୟୟର ପରିସୀମା ନିଜେ ନିର୍ଣ୍ଣୟ କରିପାରନ୍ତି। ଜନମାନସରେ ଜଣେ ବ୍ୟକ୍ତିବିଶେଷ ହେବେ।
ବୃଷ: କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହୋଇ ଜ୍ଞାନ ପିପାସା ମେଣ୍ଟାଇ ପାରନ୍ତି। ସତ୍‌କର୍ମକୁ ଜୀବନର ଆଧାର କରି ରାଜଧନ ଓ ସମ୍ମାନର ଅଧିକାରୀ ହେବେ। ଜୀବନ କାଳ ସମର୍ପିତ ହେବ। ସୁସ୍ଥ ରହିବେ।
ମିଥୁନ: ନିଜ ଜ୍ଞାନାଲୋକରେ ନିର୍ଭରଶୀଳ, ପଡ଼ୋଶୀ ଓ ଆଶ୍ରିତଙ୍କ ଚଲାପଥକୁ ଆଲୋକିତ କରିପାରନ୍ତି। ପରିଧାନରେ ପରିଚୟ ନଥାଏ। ସତ୍‌କର୍ମ ପରିଚୟ ସୃଷ୍ଟି କରେ। ଦୟାର୍ଦ୍ରଚିତ୍ତରେ ଦାନର ପ୍ରତିଦାନ ପାଇବେ।
କର୍କଟ: ଆତ୍ମଶକ୍ତିକୁ ଜାଗ୍ରତ କରି ତା ଉପରେ ବିଶ୍ବାସ ରଖିଲେ ନିଜର ଭାଗ୍ୟକୁ ନିଜେ ନିୟନ୍ତ୍ରଣ କରିପାରିବେ। କ୍ଷମତାସୀନ ହୋଇପାରନ୍ତି। ପତ୍ନୀଙ୍କ ସହାୟତାରେ ପାରିବାରିକ ଜୀବନ ନିୟନ୍ତ୍ରିତ ହେବ। ସୁଖୀ ରହିବେ।
ସିଂହ: ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। ଘାତଚନ୍ଦ୍ର ଥିଲେ ବି ଆଭା, ପ୍ରଭା, ପ୍ରତିଭାର ବିଲୟ ଘଟିବ ନାହିଁ। ଭକ୍ତ ହୋଇଥିଲେ ଭକ୍ତିର ଶକ୍ତିରୁ ଆବାହନ କରିବାକୁ ପଡ଼ିବ।
କନ୍ୟା: ସତ୍‌ ସହିତ ସୁସମ୍ପର୍କ ଯୋଡ଼ି ପାରିଲେ ସତ୍‌ସଂଘର ସୁଫଳ ମିଳିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇ ପତ୍ନୀଙ୍କ ଆସ୍ଥାଭାଜନ ହେବେ। ସେବା ଓ ସମ୍ବେଦନାର ପ୍ରତୀକ ହେବେ। ଈଶ୍ବର ବିଶ୍ବାସୀ ହେବେ।
ତୁଳା: ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ମୂଲ୍ୟବାନ୍‌ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି।
ବିଛା: ମାର୍ଜିତ ଲାଭର ବାଣିଜ୍ୟ କାରବାର ଆପଣଙ୍କୁ ଧନବାନ୍‌ କରିବା ସହିତ ପରିବାର ସୁଖ ସ୍ବାଚ୍ଛନ୍ଦ୍ୟର କାରଣ ହେବ। ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହେବେ। ଧାର୍ମିକ ହେବେ।
ଧନୁ: ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ସର୍ବଦର୍ଶୀ ହୋଇପାରନ୍ତି। ଆପଣଙ୍କ ପ୍ରତି ପଦକ୍ଷେପ ପ୍ରଶଂସନୀୟ ହେବ। ପରୋପକାର କରି କୃପା ନିଧାନଙ୍କ କୃପାପାତ୍ର ହେବେ।
ମକର: ଈଶ୍ବର ବିଶ୍ବାସ ଏକ ମହାନ ଶକ୍ତି ଯାହା ପ୍ରତ୍ୟେକ ଦିଶାରେ ଜୀବନକୁ ଅଗ୍ରଗାମୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହି ଈଶ୍ବରୀୟ ଶକ୍ତି ବଳରେ ସର୍ବତ୍ର ବିଜୟୀ ହେବେ। ଆତ୍ମବାଦୀ ହେବେ।
କୁମ୍ଭ: କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁ ଅନୁଧ୍ୟାନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କରିପାରନ୍ତି।
ମୀନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମକାରୀଙ୍କ ରୋଷର ଶିକାର ହେବେ। ବାପାମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories