ଡେସ୍କ: ନିର୍ବାଚନ ପ୍ରଚାର ପାଇଁ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ବିମାନବନ୍ଦରରୁ ରାଜଭବନ ଯିବା ସମୟରେ ହଜାର ହଜାର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷା କରିଥିବା ଦେଖାଯାଇଥିଲା। ଶ୍ରୀ ମୋଦୀ ରବିବାର ରାଜଭବନରେ ରାତ୍ରୀଯାପନ କରିବେ। ଆସନ୍ତାକାଲି (ସୋମବାର) ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତ କରି ଶ୍ରୀ ମୋଦୀ ଦଳୀୟ ପ୍ରଚାର କାର୍ଯ୍ୟରେ ସାମିଲ ହେବେ।
ଓଡିଶାରେ ମୋଦୀ, ସୋମବାର ଯିବେ ବ୍ରହ୍ମପୁର ଓ ନବରଙ୍ଗପୁର
Popular Categories



