www.samajalive.in
Saturday, December 13, 2025
27.1 C
Bhubaneswar

ବୁର୍ଲା ୱାନାର୍ କଲୋନିରେ ଗର୍ତ୍ତ ସାଜିଛି ଦୁର୍ଘଟଣାର କାରଣ

ବୁର୍ଲା: ବୁର୍ଲା ସହରରେ ଅନେକ ସ୍ଥାନରେ ପାନୀୟ ଜଳ ସମସ୍ୟା ଏବଂ ପାଣି ପାଇପ ଫାଟିବା ନେଇ ସ୍ଥାନୀୟ ମହଲରେ ଅନେକ ଅଭିଯୋଗ ହୋଇ ଆସୁଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି ମାତ୍ର ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ପୁଣି ୱାନାର୍ କଲୋନିରେ ଜନସ୍ବାସ୍ଥ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ଖୋଲା ଯାଇଥିବା ଏକ ବିଶାଳ ଗର୍ତ୍ତ ସାଜିଛି ଦୁର୍ଘଟଣାର କାରଣ।  ଏପରିକି ଏହି ଗର୍ତ୍ତରେ ପଡି ସ୍ଥାନୀୟ ଲୋକେ ଆହତ ମଧ୍ୟ ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଏପରିକି ଆଜି ଶନିବାର ରାତିରେ ମଧ୍ୟ ଜଣେ ବୃଦ୍ଧ ସାଇକେଲରେ ଯାଉଥିବା ସମୟରେ ଏହି ଗର୍ତ୍ତରେ ଖସିପଡି ଆହତ ହୋଇଥିବା ବେଳେ ତାଙ୍କୁ ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।
ଏହାକୁ ନେଇ ବାରମ୍ବାର ପିଏଚଡି ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅବଗତ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନ ଥିବା ସ୍ଥାନୀୟ ବାସିନ୍ଦା ଲବ ମହାନନ୍ଦ ଅଭିଯୋଗ କରିଛନ୍ତି। ତେବେ ଏହି ସ୍ଥାନରେ ମଧ୍ୟ ପାଣି ପାଇପ ଫଟିଥିବା ବେଳେ ଏହି ସ୍ଥାନକୁ ଖୋଲାଯାଇ ତାକୁ ସଜଡ଼ା ଯାଇଥିଲା ଏବଂ ଉକ୍ତ ଖାଳକୁ ପୋତା ନ ଯାଇ ଛାଡ଼ି ଦିଆ ଯାଇଥିଲା। ଯାହା ଫଳରେ ଏଭଳି ଅଘଟଣ ମାନ ଘଟି ଚାଲିଛି। ତେବେ ଜଦିବା କୌ ଣସି ବଡ଼ ଧରଣର ଅଘଟଣ ଘଟିଲେ ପିଏଚଡି ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories