www.samajalive.in
Sunday, December 14, 2025
15.1 C
Bhubaneswar

ମାତିଛନ୍ତି ଲୁଟେରା, ବିବାହ ଉତ୍ସବକୁ ଯାଇଥିଲେ ପରିବାର,କଳାକନା ବୁଲାଇଲେ ଲୁଟେରା

ରେଙ୍ଗାଲିକ୍ୟାମ୍ପ : ଲୁଟେରା ,ଡକାୟତମାନଙ୍କ ଗଡ ସାଜିଛି ଅତାବିରା। ମାରଣାସ୍ତ୍ର ଧରି ଘରେ ପଶୁଛନ୍ତି ଦୁର୍ବୁତ୍ତ। ବୁଲୁଛନ୍ତି ଏବେ ଗୋଟିଏରୁ ଆଉ ଗୋଟିଏ ଗାଆଁ। ଘରେ ପଶୁଛନ୍ତି, କଳାକନା ବୁଲାଇ ଛୁ ମାରୁଛନ୍ତି। ଅପରାଧରେ ଅତିଷ୍ଠ ହେଲେଣି ସାଧାରଣ ଲୋକେ। ରାତିରେ ଶୁଆଇ ଦେଉନାହାନ୍ତି ଦୁର୍ବୁତ୍ତ । ମାରଣାସ୍ତ୍ର ଧରି ପଶୁଛନ୍ତି ଡକାୟତ ଦଳ। କେତେବେଳେ ଘରର ଝରକା ତାଡି ,ପାଚେରୀ ଡେଇଁ ତ ଆଉ କେତେବେଳେ ଦଉଡ଼ି ସାହାଯ୍ୟରେ ଘରେ ଭିତରେ ପଶି କଳା କନା ବୁଲାଇ ଛୁ ମାରୁଛନ୍ତି। ଘରର ଆଲମିରା ଲକର ତାଡି ସୁନା ଅଳଙ୍କାରଠୁ ଆରମ୍ଭ କରି ଘରର ଦାମି ସାମଗ୍ରୀ ନେଇ ଫେରାର ମାରୁଛନ୍ତି। ଅତାବିରା ଥାନା ଅଧୀନରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଘରୁ ଲୁଟ ଘଟଣା ଆଖିରୁ ନିଦ ହଜେଇ ଦଉଛି ଲୋକଙ୍କର।

ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି..

- Advertisement -

ପୁଣି ଅତାବିରା ଥାନା ସୋର୍ଣ୍ଣା ଗ୍ରାମର କାଳୀ ଚରଣ ହୋତାଙ୍କ ଘରକୁ ରବିବାର ରାତିରେ ତାଲା ଭାଙ୍ଗି ଚୋର ମାନେ ଭିତରକୁ ପଶି ନଗଦ ୨୦ ହଜାର ଟଙ୍କା, ସୁନାର ଦୁଇଟି ମୁଦି, ଦୁଇଟି କାନ ଫୁଲ, ଦୁଇଟି ରିଙ୍ଗ, ରୂପାର ୪ଟି ମୁଦି,ଗୋଟିଏ ବ୍ରେସଲେଟ୍ ଇତ୍ୟାଦି ହାରାହାରି ୮୦ ହଜାର ଟଙ୍କାର ଚୋରୀ କରିଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଅତାବିରା ପୁଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଥିବା ଥାନା ସୂତ୍ରରୁ ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ ଘରେ ତାଲା ପକାଇ ଘର ମାଲିକ ନିଜ ପରିବାର ସହ ବଲାଙ୍ଗୀର ଜିଲ୍ଲାକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ।ଏହାର ସୁଯୋଗ ନେଇ ଚୋର ମାନେ ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଚୋରୀ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories