www.samajalive.in
Sunday, December 14, 2025
26.1 C
Bhubaneswar

ପିକଅପ୍ ଭ୍ୟାନ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଗୋପାଳପୁର: ରଣ୍ଢା ଜାତୀୟ ରାଜପଥରେ ପିକଅପ୍ ଭ୍ୟାନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଡେଥ ଜୋନ ଭାବେ ପରିଚିତ ଏହି  ଜାତୀୟ ରାଜପଥ ନଂ ୧୬ରେ ୨୪ ଘଣ୍ଟା ମଧ୍ୟରେ ଏକ ପିକଅପ୍ ଗାଡି ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆଜି ଭୋର୍ ୫ଟା ବେଳେ ପରିବା ବିକ୍ରୀ କରିବାକୁ ଆସିଥିବା ଜଣେ ମହିଳା ରାସ୍ତା ପାର ହେଉଥିବାବେଳେ ତାଙ୍କୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ସହ ତାଙ୍କ ଉପରେ  ଚଢ଼ି ଯାଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେ  ଚିକରଡା ଗ୍ରାମର ମାଳତୀ ବେହେରା( ୬୫) ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ପକ୍ଷରୁ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ଜବତ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଆଜି ସକାଳୁ ରଣ୍ଢା ପରିବା ବଜାରରୁ ପରିବା ନେଇ ବ୍ରହ୍ମପୁରକୁ ବିକ୍ରୀ ପାଇଁ ମାଳତୀ ଯାଉଥିଲେ । ମାଳତୀ ରଣ୍ଢା ଜାତୀୟ ରାଜପଥ ପାର ହେଉଥିବା ସମୟରେ ଇଚ୍ଛାପୁରରୁ ବ୍ରହ୍ମପୁର ପଟେ ଯାଉଥିବା ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ  ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମାଳତୀ ଛିଟିକି ପଡ଼ିଥିଲେ ଏବଂ  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ରଣ୍ଢା ଓ ଚିକରଡା ଗ୍ରାମବାସୀ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ବାରମ୍ବାର ଏପରି ଦୁର୍ଘଟଣାମାନ ଘଟୁଥିବାରୁ ଓଭରବ୍ରିଜ ନିର୍ମାଣ ଦାବି ନେଇ ରଣ୍ଢା ଅଞ୍ଚଳବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ଆନ୍ଦୋଳନକାରୀ ହଟିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories