କଲ୍ୟାଣସିଂହପୁର: କାଳବୈଶାଖୀର ତାଣ୍ଡବରେ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ମହେନ୍ଦ୍ରପୁର ଠାରେ ବଜ୍ରପାତ ପଡିବାରୁ ଜଣେ ଶ୍ୟାମ କାଡ୍ରାକା ଗୁରୁତର ହୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।
ଆଜି ଅପରାହ୍ନରେ କାଳବୈଶାଖୀର ତାଣ୍ଡବରେ ପ୍ରବଳ ବେଗରେ ପବନ ହେବାରୁ ଗୁଡ଼ିଆର ଚତୁଃପାଶ୍ୱରେ ପକାଇଥିବା ବାଡ଼ ପଡିଯାଇଥିଲା ।ଯାହାଫଳରେ ଗାଈଗୋରୁ ପଶି ଜିନିଷ ଖାଇଦେଵ ବୋଲି ଶ୍ୟାମ ଓ ସ୍ତ୍ରୀ ଚିଲିକା କାଡ୍ରାକା ମିଶି ବାଡ଼ ଉଠାଇ ବାନ୍ଧିବା ବେଳକୁ ଘଡଘଡି ମାରି ବର୍ଷା ହୋଇଥିଲା ।
ଯାହା ବଜ୍ରପାତ ମାରିବା ଫଳରେ ଶ୍ୟାମ କାଡ୍ରାକାଙ୍କ ଡାହାଣ ପାର୍ଶ୍ୱପାଖଦେଇ ଯାଇଥିବା ଯୋଗୁଁ ସେ ଘଟଣା ସ୍ଥଳରେ ପଡିଯାଇଥିଲା ।ଉକ୍ତ ଖବର ସ୍ତ୍ରୀ ପରିବାର ଲୋକଙ୍କୁ ଜଣାଇବାରୁ ସଙ୍ଗେ ସଙ୍ଗେ ରୋଗିବୁହା ଗାଡ଼ିରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତ କରିଥିଲେ ।ଏଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ଓ ଡାକ୍ତର ସୁମୀରନ ରାଉତ ଚିକିତ୍ସା ଚଳାଇଛନ୍ତି । ବର୍ତ୍ତମାନ ଶ୍ୟାମ ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।
କାଳବୈଶାଖୀର ତାଣ୍ଡବରେ ଶିକରପାଇ ସଦରରେ ପ୍ରାୟ ଘର ,ଦୋକାନର ଚାଳ ,ଆଜବେଷ୍ଟ ଉଡାଇ ନେଇଥିବା ବେଳେ ଗଛ ଡାଳ ଭାଙ୍ଗି ପଡିଛି ଓ ବିଦ୍ୟୁତ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି ।



