www.samajalive.in
Sunday, December 14, 2025
26.1 C
Bhubaneswar

ବାଂଶଡା-ଧାମରା ରାସ୍ତାକୁ ଉପେକ୍ଷା, ଅଦିନରେ ହ୍ରଦର ସୃଷ୍ଟି ହେଉଛି ଭ୍ରମ 

ଧାମରା: ବାଂଶଡା -ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ କୁ ୧୪ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ସଂପୂର୍ଣ୍ଣ ଭାବେ ମରାମତି ହୋଇ ପାରିଲା ନାହିଁ। ଦୀର୍ଘ ୮ କି.ମି ବ୍ୟାପୀ ରାସ୍ତା ଉପରେ ଧାମରା ୮ପଂଚାୟତର ସର୍ବସାଧାରଣ ଯାତାୟତ କରୁଛନ୍ତି। ଏହି ରାସ୍ତା ସଂପୂର୍ଣ୍ଣ ଭାବେ ମରାମତି କରିବା ପାଇଁ ବାଂଶଡା ପଂଚାୟତର ପୂର୍ବତନ ସରପଂଚ ତଥା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ବହୁବାର ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଭେଟି ନିଜର ଦାବୀ ଜଣାଇଥିଲେ। ଦୀର୍ଘ ଦିନ ହେଲା ସେ ଭଦ୍ରକ କାର୍ଯ୍ୟ ନିର୍ବାହୀ ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ଭେଟି ନିଜର ଦାବୀ ଉପସ୍ଥାପନ କରି ଆସୁଛନ୍ତି। ହେଲେ ଇତି ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ରାସ୍ତା ବହୁ ସ୍ଥାନରେ ମରାମତି ଅଭାବରୁ ଯାତାୟତ ଉପଯୋଗୀ ନଥିବା ବେଳେ ଏହାକୁ ବିଭାଗୀୟ ଅଧିକାରୀ ସଂପୂର୍ଣ ମରାମତି କରିବାକୁ ନାରାଜ। କେଉଁ ପରିସ୍ଥିତିରେ ଏହି ରାସ୍ତା ମରାମତି ହେଉ ନାହିଁ ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି।

ଟିକିଏ ବର୍ଷାରେ ବହୁ ସ୍ଥାନରେ ପାଣି ଜମିଯାଇ ହ୍ରଡର ଭ୍ରମ ସୃଷ୍ଟି କରୁଥିବା ଏହି ରାସ୍ତା କୁ ବହୁ ସମୟରେ ଜନସାଧାରଣ ମରାମତି କରୁଥିବା ଦେଖାଯାଇଛି। ମାତ୍ର ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡ ଅଧିକାରୀ ଙ୍କ ନିକଟରେ ଏହି ରାସ୍ତା ନିର୍ମାଣ ବାବଦରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ସେ ଏହି ରାସ୍ତା ନିର୍ମାଣ ଉପରେ କୌଣସି ପରିସ୍ଥିତିରେ ଗୁରୁତ୍ୱ ଦେଉ ନାହାନ୍ତି। ଏହି ରାସ୍ତା ଯେତେବେଳେ ସଂପୂର୍ଣ ଯାତାୟତ ଅନୁପୋଯୋଗୀ ହେଉଛି ସେହି ସମୟରେ ବିଭାଗୀୟ ଅଧିକାରୀ କେଉଁଠି ଟିକିଏ ପ୍ୟାଚ ପକାଇ କାମ ଚଳାଇ ଦେଉଥିବା ବେଳେ ଏହି ରାସ୍ତା ସଂପୂର୍ଣ ମରାମତି ହେବା ଜରୁରୀ ହୋଇ ପଡିଛି।

- Advertisement -

ଅନ୍ୟ ପକ୍ଷରେ ଏହି ଛୋଟ ଛୋଟ ପ୍ୟାଚ କାମକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ନାପସନ୍ଦ କରିବା ସହ ଛୋଟ ଛୋଟ ଠିକାଦାରଙ୍କୁ ଏହି କାମ ଦେଇ ବିଭାଗୀୟ ଅଧିକାରୀ ବେଶୀ ମୁନାଫା କମାଉଛନ୍ତି ବୋଲି ପ୍ରତିକ୍ରିୟା ରଖିଥିବା ବେଳେ ବିଭାଗୀୟ ଅଧିକାରୀ କେବଳ କୋଡ ଅଫ କଣ୍ଡକ୍ଟ ଲାଗିଛି ତେଣୁ କୌଣସି କାର୍ଯ୍ୟ ସମ୍ଭବ ନୁହେଁ ବୋଲି ମତ ରଖିଥିବା ବେଳେ ନିର୍ବାଚନ ପୂର୍ବରୁ କାହିଁକି ଏହି ରାସ୍ତା ନିର୍ମାଣ କରାଯାଉ ନାହିଁ ତାହାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଆଜି ଭଳି ଦିନରେ ଏହି ରାସ୍ତା ଦେଇ ଦୈନିକ ଶହ ଶହ ବାଇକ ଆରୋହୀ ଯାତାୟତ କରୁଥିବା ବେଳେ ତୁରନ୍ତ ଏହି ରାସ୍ତା ମରାମତି କରିବାକୁ ଅଂଚଳବାସୀ ନିଜର ଦାବୀ ଜଣାଇଛନ୍ତି ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories