ରାଜ୍ୟରେ ଅଂଶୁଘାତରେ ୨ ମୃତ- ସ୍ୱାସ୍ଥ୍ୟ ବିଭାଗ ସୂଚନା
ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତରେ ସରକାରୀ ଭାବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୋମବାର ଖବର ସାମ୍ନାକୁ ଆସିଛି। ବାଲେଶ୍ୱର ପରେ ଢେଙ୍କାନାଳରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡରେ ସର୍ବାଧିକ ୬୦, ମୟୁରଭଞ୍ଜରେ ୪୦ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ଅଂଶୁଘାତ ଆକ୍ରାନ୍ତ ଓ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
Comments are closed.