www.samajalive.in
Thursday, December 11, 2025
16.1 C
Bhubaneswar

ସହରର କେନ୍ଦ୍ରସ୍ଥଳ ପାଲଟିଛି ମରଣଯନ୍ତା

କେନ୍ଦୁଝରଗଡ଼: କୋଲକତା-ମୁମ୍ବାଇ ୪୯ନଂ ଜାତୀୟ ରାଜପଥର ବେଲଦା ଠାରୁ ମାଳିଗାଁ ପର୍ଯ୍ୟନ୍ତ ବାଇପାସକୁ ସଂଯୋଗ କରୁଥିବା ୧୦.୭୨୦ କି.ମି. ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଠିକାଦାର ସଚ୍ଚିଦାନନ୍ଦ ଖିଲାରଙ୍କ ସହ ପୂର୍ତ୍ତ ବିଭାଗ ୧୩ ମାର୍ଚ୍ଚ ୨୦୨୩ରେ ଚୁକ୍ତି କରିଥିଲା। ୧୦କୋଟି ୫୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିିତ ହେବାକୁ ଥିବା ଏହି ରାସ୍ତା ୧୨ ଡିସେମ୍ବର ୨୦୨୩ସୁଦ୍ଧା ଶେଷ ହେବା ନିମନ୍ତେ ଚୁକ୍ତିରେ ଉଲ୍ଲେଖ ମଧ୍ୟ ରହିଛି। ଇତିମଧ୍ୟରେ ଚୁକ୍ତି ଅବଧି ୪ମାସ ଅତିକ୍ରମ କରିବା ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିବା ଏବଂ ବିଶେଷକରି ଧୋବାଡିହା ଛକ ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଆସୁଛି। ଧୋବାଡିହା ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ମାତ୍ର ୩୧୫ମିଟର ଡ୍ରେନ ନିର୍ମାଣ କାର୍ଯ୍ୟ ଆଜକୁ ବର୍ଷାଧିକ କାଳ ଧରି ଜାରି ରହିଥିଲେ ହେଁ ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଆସୁଛି।

ସେହିଭଳି ଗାନ୍ଧୀଛକ ଠାରେ ଡ୍ରେନ ନିର୍ମାଣ ପାଇଁ ଆଜକୁ ଦେଢ଼ ମାସ ତଳେ ରାସ୍ତା ଖୋଳି ପୋତା ଯାଇଥିବା ବେଳେ ପୁଣି ଦୁଇଦିନ ଧରି ଉକ୍ତ ଗାନ୍ଧୀଛକ ଖୋଳା ଯାଇଥିବାରୁ ଯାନବାହାନ ଚଳାଚଳରେ ଟ୍ରାଫିକ୍‌‌ ସମସ୍ୟା ବୃଦ୍ଧି ସହ ଦୁର୍ଘଟଣା ଘଟୁଥିବାରୁ ସାଧାରଣରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ଉକ୍ତ ରାସ୍ତାର ରବୀନ୍ଦ୍ର ବିଦ୍ୟା ନିକେତନ ନିକଟରେ ଏକ ପୋଲ ପ୍ରଶସ୍ତିକରଣ କାର୍ଯ୍ୟ ମଧ୍ୟ ଆଜକୁ ଦୀର୍ଘ ୧୦ମାସ ଧରି ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଶେଷ ନହେବା ଯୋଗୁଁ ପ୍ରତ୍ୟହ ଉକ୍ତ ସ୍ଥାନରେ ଟ୍ରାଫିକ୍‌‌ ସମସ୍ୟା ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କୁ ନାହିଁନଥିବା ହିନସ୍ତାର ସମ୍ମୁଖୀନ ହେବାକୁ ପଡୁଛି।

- Advertisement -

ଏଭଳିସ୍ଥିତିରେ ଠିକାଦାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସୁରକ୍ଷା ଯୋଗାଇଦେବା ଯନ୍ତ୍ରୀ-ଠିକାଦାରଙ୍କ ମଧ୍ୟରେ ଥିବା ଅସାଧୁମେଣ୍ଟକୁ ପଦାରେ ପକାଇଛି। ଆଗକୁ ସାଧାରଣ ନିର୍ବାଚନ ପାଇଁ ଜିଲା ମୁଖ୍ୟାଳୟ ଠାରେ ଲୋକସଭା ସମେତ କେନ୍ଦୁଝର ସଦର ଓ ତେଲକୋଇ ନିର୍ବାଚନମଣ୍ଡଳୀ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ହେବାକୁଥିବା ବେଳେ ଏହାକୁ ଆଖି ଆଗରେ ରଖି ବିଶେଷକରି ଧୋବାଡିହା ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ ନକଲେ ଯେକୌଣସି ମୁହୁର୍ତ୍ତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories