mission shakti banner

ତୁରେକେଲା ବ୍ଲକରେ ନିର୍ବାଚନ ତାଲିମ

BSKY banner  750×100

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ସଭା ଗୃହରେ ଆଜି ସାଧାରଣ ନିର୍ବାଚନ ୨୦୨୪ର ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ବିଭିନ୍ନ ବିଭାଗରୁ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ହୋଇଥବା ୧୨୧ ଜଣ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ଏହି ଶିବିରରେ ମାଷ୍ଟର ଟ୍ରେନର ଭାବେ ତୁରେକେଲା କଲେଜର ୩ ଅଧ୍ୟାପକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଦିଲିପ କୁମାର ପ୍ରଧାନ, ମାନସ କୁମାର ନାଗ, ବିଡ଼ିଓ ଶଙ୍କର୍ଷଣ ବେହେରା, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ସ୍ମୁତିରଞ୍ଜନ ସାହୁ ତାଲିମ ପ୍ରଦାନ କରିଥିବା ବେଳେ, ଆସନ୍ତାକାଲି ମଧ୍ୟ ଅବଶିଷ୍ଟ ୧୨୧ ଜଣଙ୍କୁ ତାଲିମ ଦିଆଯିବ।

Comments are closed.