www.samajalive.in
Sunday, December 14, 2025
16.1 C
Bhubaneswar

ଶତାୟୁ ଭୋଟରଙ୍କୁ ସମ୍ମାନିତ କଲା ଜିଲା ପ୍ରଶାସନ, ଦେଶରେ ନିର୍ବାଚନ ଆରମ୍ଭରୁ କରିଆସୁଛନ୍ତି ମତଦାନ

ଗୁଣୁପୁର – ଦୁଇ ଜଣ ବୃଦ୍ଧ ଓ ବୃଦ୍ଧା ଶତାୟୁ ଭୋଟରଙ୍କୁ ସମ୍ମାନିତ କଲେ ଜିଲା ପ୍ରଶାସନ। ଶତାୟୁ ଭୋଟର ହେଲେ ଗୁଣୁପୁର ପୈାରପରିଷଦ  ଶାନ୍ତି ନଗର ନିବାସୀ ଗୈାର ଚନ୍ଦ୍ର ପାଢୀ ଓ ବେବର୍ତାସାହିର ଗୁଣ ମଞ୍ଜରି ବେବର୍ତା। ଉଭୟ ବୃଦ୍ଧ ଓ ବୃଦ୍ଧାଙ୍କ ବୟସ ଶହେ ପାର ହୋଇଛି। ଖବର ଲୋକଲୋଚନକୁ ଆସିବା ପରେ  ଜିଲା ପ୍ରଶାସନ ଉଭୟଙ୍କୁ ସମ୍ମାନିତ କରିଛନ୍ତି।

ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲାପାଳ, ଗୁଣପୁର କିରନଦୀପ କୌରଙ୍କ ତତ୍ୱାବୋଧାନରେ ଗୁଣପୁର ସହରର ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଣମଞ୍ଜରୀ ବେବର୍ତ୍ତା (୧୦୭) ଓ ଗୌରଚନ୍ଦ୍ର ପାଢ଼ୀ(୧୦୪)ଙ୍କ ଘରକୁ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ପ୍ରମୁଖ ଯାଇ ସମ୍ବର୍ଦ୍ଧିତ କରିଥିଲେ । ପୌର କାର୍ଯ୍ୟାଳୟର ତାପସ ପଟ୍ଟନାୟକ, ରଶ୍ମିରଂଜନ ଚୌଧୁରୀ ମାନପତ୍ର ତିଆରି କରିଥିଲେ । ସମ୍ବର୍ଦ୍ଧିତ ସମ୍ବରର ଗୁଣମଞ୍ଜରୀଙ୍କ ପୁତ୍ର ବିଶିଷ୍ଟ କୃଷିବିତ କୃଷ୍ଣ ଚନ୍ଦ୍ର ବେବର୍ତ୍ତା ଓ ଗୌରଚନ୍ଦ୍ରଙ୍କ ପୁତ୍ର ପ୍ରଦୀପ ପାଢ଼ୀ ଉପସ୍ଥିତ ଥିଲେ ।

- Advertisement -

୧୯୫୧-୫୨ ରେ ଯେତେବେଳେ ପ୍ରଥମ ନିର୍ବାଚନ ହୋଇଥିଲା ସେହି ସମୟରୁ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ବୃଦ୍ଧ ବୃଦ୍ଧା ମାନେ ମତଦାନ ଦେବା ପାଇଁ ବଞ୍ଚିତ ରହୁଥିଲେ ବର୍ତମାନ ନିର୍ବାଚନ କମିଶନ ସେମାନଙ୍କ ପାଇଁ ସୁବିଧା କରିଛି। ସେମାନେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଯୋଗାଯୋଗ କରି ପୋଷ୍ଟାଲ୍ ବାଲାଟ୍ ଘରକୁ ଆସିବା ବ୍ୟବସ୍ଥା କରିପାରିବେ । ସେମାନେ ଘରେ ଥାଇ ମଧ୍ୟ ମତଦାନ ସାବ୍ୟସ୍ତ କରିପାରିବେ। ଚଳିତ ନିର୍ବାଚନରେ ଏହି ବ୍ୟବସ୍ଥା ରହିଥିବାବେଳେ  ବୟସାଧିକ ମତଦାତା ମାନଙ୍କ ଆଗ୍ରହ ରହିଛି। ପ୍ରଥମ ନିର୍ବାଚନ ଠାରୁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନକୁ ଆଖି ଆଗରେ ଦେଖିଛନ୍ତି ଗୁଣୁପୁରର ଶତାୟୁ ବୃଦ୍ଧ ଗୈାର ଚନ୍ଦ୍ର ପାଢୀ ଓ ଗୁଣ ମଞ୍ଜରି ବେବର୍ତା। ଗୈାର ଚନ୍ଦ୍ର ପାଢୀଙ୍କ ବୟସ ୧୦୪ ବର୍ଷ ରହିଛି। ତଥାପି ସେ ନିଜର ମତଦାନ ଦେବା ପାଇଁ ହାର ମାନିନାହାଁନ୍ତି। ତାଙ୍କ ପୁଅ ମତଦାନ ପାଇଁ ପୋଷ୍ଟାଲ ବାଲାଟ୍  ପାଇଁ ଆବେଦନ କରିଛନ୍ତି । ଆଧାରକାର୍ଡ ଅନୁଯାୟୀ ତାଙ୍କ ଜନ୍ମତାରିଖ ୨୦/୦୫/୧୯୨୦ ରହିଛି। ସେହିଭଳି ଗୁଣମଞ୍ଜରି ବେବର୍ତାଙ୍କ ବୟସ ୧୦୫ ବର୍ଷ । ସେ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ମତଦାନ କରିଛନ୍ତି। ବର୍ତ୍ତମାନ ସେ ଶଯ୍ୟାଶାୟୀ ରହିଥିବାବେଳେ ଚଳିତ ନିର୍ବାଚନରେ ଘରେ ଥାଇ ଭୋଟ ଦେବା ପାଇଁ ଆଗ୍ରହ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories