www.samajalive.in
Tuesday, December 9, 2025
26.1 C
Bhubaneswar

ବିଏମଏସ ପକ୍ଷରୁ ଜନଜାଗରଣ ଅଭିଯାନ

ଧାମରା: ଧାମରାରେ ଭାରତୀୟ ମଜଦୁର ସଂଘ(ବିଏମଏସ) ପକ୍ଷରୁ ଏକ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ ରାଜ୍ୟ ଉପସଭାପତି ଶାନ୍ତନୁ ମହାପାତ୍ର, ଜିଲା ସଭାପତି ମନୋଜ ବସନ୍ତ ରାଏ, ଜିଲା ସହ ସଂପାଦକ ବିଜୟ ମିଶ୍ର, ମନୋଜ ଲେଙ୍କା, ବିପିନ ବେହେରା, ଚନ୍ଦ୍ର ଶେଖର ଜେନା ପ୍ରମୁଖ ଉପସ୍ଥିତ ରହିବା ସହ ଧାମରା, ଜାଗୁଳା, ଦୋସିଙ୍ଗା ପଞ୍ଚାୟତରେ ବୁଲି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଶତ ପ୍ରତିଶତ ଭୋଟ ଦାନ କରିବା, ନୋଟାରେ କୌଣସି ମତଦାନ ନ କରିବା, ଦେଶ ହିତରେ ସମସ୍ତ ନାରୀ ସମାଜ ଆଗକୁ ଆସି ନିଜର ମତ ସାବ୍ୟସ୍ତ କରିବାକୁ ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ଯୁବ ଭୋଟରମାନେ କୌଣସି ପରିସ୍ଥିତିରେ ଲୋଭରେ ବଶବର୍ତ୍ତୀ ନ ହୋଇ ମତଦାନ କରିବାକୁ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଭାରତୀୟ ମଜଦୁର ସଂଘ ଏହି ଅଭିଯାନରେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ସମସ୍ତ ଅଞ୍ଚଳବାସୀଙ୍କୁ ଏକଜୁଟ ହୋଇ ଏହି ଅଭିଯାନକୁ ସଫଳ କରିବାକୁ ପ୍ରବର୍ତ୍ତାଇଥିଲେ। ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ଜେନା, ଅନନ୍ତ ଘଡେଇ, ଗଣେଶ ଖିଲାର, ସରୋଜ କୁମାର ଗିରି, ବିଜୟ ପ୍ରତାପ ଜେନା,ଇନ୍ଦ୍ରଜିତ ଜେନା, ନନ୍ଦଗୋପାଳ ଘଡେଇଙ୍କ ସମେତ ଭାରତୀୟ ମଜଦୁର ସଂଘର କର୍ମକର୍ତ୍ତା ଏବଂ ବହୁ ସାଧାରଣ ଜନତା ଏହି ଅଭିଯାନରେ ସାମିଲ ହୋଇଥିଲେ।

 

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories