www.samajalive.in
Saturday, December 13, 2025
21.1 C
Bhubaneswar

ମେ’ ୬ରୁ ଓଜେଇଇ: ଏପ୍ରିଲ ୨୭ରୁ ଡାଉନ୍‌ଲୋଡ କରିପାରିବେ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ମେ’ ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତିନୋଟି ସିଫ୍ଟରେ ରାଜ୍ୟ ଭିତରେ ୩୦ଟି ଓ ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ। ଏ ନେଇ ବୁଧବାର ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ସିଫ୍ଟ ସକାଳ ସାଢ଼େ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ଣ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ। ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ୨ଟାରେ ସରିବ। ତୃତୀୟ ସିଫ୍ଟ ଅପରାହ୍ଣ ସାଢେ ୪ଟାରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬.୩୦ରେ ସରିବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡିକରେ ଉପଲବ୍ଧ ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ମେ’, ୬, ୭, ୮, ୯ ଓ ୧୦ ତାରିଖରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା ହେବ। ଚଳିତ ବର୍ଷ ରାଜ୍ୟରେ ମୋଟ ୬୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ୫୭ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଚଳିତ ବର୍ଷ ଅଧିକ ୮ ହଜାର ଛାତ୍ରଛାତ୍ରୀ ଓଜେଇଇ ଦେବା ନିମନ୍ତେ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ନିମନ୍ତେ ଏପ୍ରିଲ ୨୭ରୁ ନିଜର ପ୍ରବେଶିକାପତ୍ର (ଆଡମିଟ୍‌ କାର୍ଡ) ଡାଉନ୍‌ଲୋଡ କରିପାରିବେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories