www.samajalive.in
Sunday, December 14, 2025
14.1 C
Bhubaneswar

ରାଜ୍ୟରେ ୨୭ରୁ ଭୀଷଣ ଖରା, ପାରଦ ୪୬0 ମୁହଁଇବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବ। ଆସନ୍ତା ୨୭ ଓ ୨୮ ତାରିଖରେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଗଜପତି ଓ ଗଞ୍ଜାମ ଜିଲାରେ ତାପମାତ୍ରା ବଢ଼ିବ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏପରିକି ରାଜ୍ୟରେ ପାରଦ ୪୬ ଡିଗ୍ରୀ ଟପିବାର ଆଶଙ୍କା ରହିଛି।

ବୁଧବାର ସକାଳ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୬ ଡିଗ୍ରୀରେ ପହଞ୍ଚିଥିଲା। ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ବରରେ କିଛି ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଉପରେ
ରହୁଥିବାବେଳେ ଆଜି ନୂଆପଡ଼ା ସହ ଭୁବନେଶ୍ବରରେ ପାରଦ ୪୩.୨ ଡିଗ୍ରୀ ଥିଲା। ମଧ୍ୟାହ୍ନରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନଶାନ ହୋଇପଡ଼ିଥିଲା।

- Advertisement -

ଆସନ୍ତା ୨୯ ତାରିଖ ଯାଏଁ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଲାଗି ରହିବ। ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ଏବଂ ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ୨୪ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତଦୁର୍ଦ୍ଧ୍ବ ଥିବାବେଳେ ୪୩ ଡିଗ୍ରୀ ଉପରେ ୩ ଏବଂ ୪୨ ଡିଗ୍ରୀ ଓ ତା’ଠାରୁ ଅଧିକ ୮ ସହରର ପାରଦ ରହିଥିଲା। ଝାରସୁଗୁଡ଼ାରେ ୪୩.୧ ଡିଗ୍ରୀ, ଚାନ୍ଦବାଲି ଓ କେନ୍ଦ୍ରାପଡ଼ାରେ ୪୨.୨ ଡିଗ୍ରୀ ଲେଖାଏଁ, ବାରିପଦା ଓ ପାରଳାଖେମୁଣ୍ଡିରେ ୪୨.୫ ଡିଗ୍ରୀ ଲେଖାଏଁ, ଭଦ୍ରକରେ ୪୨.୨ ଡିଗ୍ରୀ ଯାଜପୁର ଓ ଢେଙ୍କାନାଳରେ ୪୨ ଡିଗ୍ରୀ ଲେଖାଏଁ ଏବଂ କଟକରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା।

ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରେ ଅପରାହ୍ଣରେ କାଳବୈଶାଖୀ ଆଶ୍ବସ୍ତି ଆଣିଥିଲା। କାଳବୈଶାଖୀ ପ୍ରଭାବରେ ପାରଳାଖେମୁଣ୍ଡିରେ ୨୭.୪ ମି.ମି., ପୁରୀରେ ୯.୮ ମି.ମି. ଏବଂ ଭୁବନେଶ୍ବରରେ ୧.୬ ମି.ମି.ବର୍ଷା ହୋଇଥିଲା।
ଆସନ୍ତାକାଲି ଗଜପତି ଓ ଗଞ୍ଜାମରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହିତ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୋଳ, ନୟାଗଡ଼, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ ଜିଲାକୁ ଗ୍ରୀଷ୍ମପ୍ରବାହ ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ପଦ‌େ‌କ୍ଷପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories