www.samajalive.in
Saturday, December 13, 2025
27.1 C
Bhubaneswar

ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ୪୩.୨ ଡିଗ୍ରୀ, ସପ୍ତାହେ ପାଇଁ ରାଜ୍ୟରେ ଅନୁଭୂତ ହେବ ଅସହ୍ୟ ତାତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ପାଲଟିଛି ରାଜ୍ୟରୁ ସବୁଠାରୁ ଉତ୍ତପ୍ତ ସହର। ଏଠାରେ ଦିନ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ବୁଧବାର ରାଜଧାନୀରେ ପାରଦ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଥିଲାବେଳେ ଦିନକରେ ତାତି ୨ ଡିଗ୍ରୀକୁ ବୃଦ୍ଧି ପାଇଛି। ସୋମବାର ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତର ସହର ହୋଇଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦିନ ସାଢ଼େ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ୪୨.୯, ଚାନ୍ଦବାଲି ୪୨.୨, ବାଲେଶ୍ବର ୪୧.୪ ଡିଗ୍ରୀ। ରାଉରକେଲା ୪୦.୮ ଡିଗ୍ରୀ, ସମ୍ବଲପୁର ୪୦.୧, ହୀରାକୁଦ ୩୯.୨ ରେକର୍ଡ କରାଯାଇଛି।  ଆସନ୍ତା ସପ୍ତାହେ ପାଇଁ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଆସନ୍ତା ୨୫ରୁ ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପ୍ରକାଶ କରିଛନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories