www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରକାଶ ପାଇଲା ନିଟ୍‌-୨୦୨୪ ପରୀକ୍ଷା ସହର ସୂଚୀ

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିସକା ପରୀକ୍ଷା(ନିଟ୍‌) ୟୁଜି-୨୦୨୪ ପାଇଁ ପରୀକ୍ଷା ସହର ସୂଚୀ (ଏଗ୍‌ଜାମ ସିଟି ସ୍ଲିପ୍‌) ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ପକ୍ଷରୁ ଏହାର ୱେବ୍‌ସାଇଟ୍‌ (neet.ntaonline.in ଏବଂ examresults.nta.ac.in/neet website)ରେ ଏହି ସୂଚୀ ପ୍ରକାଶ କରାଯାଇଛି। ଫଳରେ ପରିକ୍ଷାର୍ଥୀମାନେ ନିଜ ନିଜ ପରୀକ୍ଷା କେନ୍ଦ୍ରର ସହର ବିଷୟରେ ଆଗୁଆ ସୂଚନା ପାଇପାରିବେ ଏବଂ ସମୟ ପୂର୍ବରୁ ସେଠାକୁ ଯାଇ ରହଣି ସୁବିଧା କରିପାରିବେ। ଖୁବ୍‌ଶୀଘ୍ର ଆଡ୍‌ମିଟ୍‌ କାର୍ଡ ପ୍ରକାଶ କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ମେ ୫ ତାରିଖରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଞ୍ଜିକରଣ କରିଥିବା ଛାତ୍ରୀଛାତ୍ରମାନେ ଉପରୋକ୍ତ ୱେବସାଇଟ୍‌ରୁ ନିଜ ପରୀକ୍ଷା କେନ୍ଦ୍ରର ସହର ବିଷୟରେ ଜାଣିପାରିବେ।

- Advertisement -

 

ପରୀକ୍ଷା ସହର ସ୍ଲିପ୍‌ ଡାଉନଲୋଡ୍‌ କରିବେ କିପରି ?

-ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଆନ୍ତୁ

-ଦୃଶ୍ୟମାନ ହେଉଥିବା ୱେବ୍‌ପେଜ୍‌ରେ ଲେଖାଥିବା ଏନଟିଏ ନିଟ୍‌ ଏଗ୍‌ଜାମ ସିଟି ସ୍ଲିପ୍‌ ଡାଉନଲୋଡ୍‌ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ

-ଏହା ପରେ ଆପ୍ଲିକେଶନ ନମ୍ବର ଏବଂ ଜନ୍ମ ତାରିଖ ଲେଖନ୍ତୁ

-ଶେଷରେ ଆକ୍‌ସେସ୍‌ ସିଟି ସ୍ଲିପ୍‌ ଉପରେ କ୍ଲିକ କରି ଡାଉନ୍‌ଲୋଡ୍‌ କରନ୍ତୁ

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories